ଫ୍ୟାନ୍‌ରେ ଝୁଲି ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା

ଭୁବନେଶ୍ଵର : ଶିଖରଚଣ୍ଡୀ ବସ୍ତି କ୍ଲ‌ଷ୍ଟର୍‌-୩ର ଏକ ଭଡ଼ାଘରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଦୁହେଁ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଥିବା ଜଣାପଡିଛି।

ଖବର ଅନୁଯାୟୀ ରବିବାର ଆତ୍ମହତ୍ୟା କରିଥିବା ପ୍ରେମୀଯୁଗଳ ହେଲେ ମଞ୍ଚେଶ୍ଵର ଥାନା କଳାରାହାଙ୍ଗର ପିଣ୍ଟୁ ନାଥ ଓ କେନ୍ଦ୍ରପଡ଼ା ପଟ୍ଟାମୁଣ୍ଡାଇର ଶୁଭସ୍ମିତା ନାୟକ। ସୋମବାର ଦୁଇ ପରିବାର ଲୋକଙ୍କ ଉପସ୍ଥିତିରେ ଓ ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ପୋଲିସ ସୂଚନା ଦେଇଛି। ପଡ଼ୋଶୀ କହିଛନ୍ତି ପିଣ୍ଟୁ ଓ ଶୁଭସ୍ମିତା ପରସ୍ପରକୁ ଭଲପାଉଥିଲେ ହେଁ ଉଭୟଙ୍କ ପରିବାର ପକ୍ଷରୁ ସହଯୋଗ ମିଳିନଥିଲା।

ପିଣ୍ଟୁ କଳାରାହାଙ୍ଗର ଯୁବକ। କିନ୍ତୁ ଘର ଲୋକ ନ ପଚାରିବାରୁ ପ୍ରାୟ ୩ ମାସ ହେବ ସେମାନେ ବସ୍ତିର ଭଡ଼ାଘରେ ଲିଭ-ଇନ୍‌ରେ ରହୁଥିଲେ। ପଡ଼ୋଶୀଙ୍କୁ କହୁଥିଲେ ବିବାହ ପାଇଁ ଉଭୟଙ୍କ ଘର ଲୋକେ ଅରାଜି ହେଉଛନ୍ତି। ପିଣ୍ଟୁଙ୍କର କୌଣସି ସ୍ଥାୟୀ ରୋଜଗାର ନଥିଲା। ଆର୍ଥିକ ସମସ୍ୟା ପାଇଁ ସେମାନେ ଏଭଳି ଚରମ ପଦକ୍ଷେପ ନେଇଥିବା ପଡ଼ୋଶୀ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button