ଭଦ୍ରକ : ହୋଟେଲରେ ସେକ୍ସ ରାକେଟ ଠାବ

ଭଦ୍ରକ : ଆରଡ଼ି ଫାଣ୍ଡି ନିକଟ ହୋଟେଲ ରୟାଲ ପ୍ୟାଲେସରେ ସେକ୍ସ ରାକେଟ ଠାବ। ୩ ଯୋଡ଼ା ଯୁବକ-ଯୁବତୀ ଉଦ୍ଧାର ହୋଇଥିବା ବେଳେ ମେଡିସିନ ଓ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ହୋଟେଲ ରୟାଲ ପ୍ୟାଲେସରେ ସେକ୍ସ ରାକେଟ ଚାଲୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ଏସପିଙ୍କ ନିର୍ଦ୍ଦେଶ କ୍ରମେ ଧୂଷୁରି ଥାନା ପୋଲିସ ଚଢଉ କରି ହୋଟେଲରୁ ୩ ଜଣ ଯୁବକ ଓ ୩ ଯୁବତୀଙ୍କୁ ଧରିଛି। ଏମାନଙ୍କ ମଧ୍ୟରେ ଯାଜପୁର ଅଞ୍ଚଳର ୨ ଯୁବକ ଓ ୨ ଯୁବତୀ ଏବଂ ଭଦ୍ରକ ଅଞ୍ଚଳର ଜଣେ ଯୁବକ ସହିତ ଜଣେ ଯୁବତୀ ରହିଛି। ସେମାନଙ୍କୁ ଧୂଷୁରି ପୋଲିସ ଅଟକ ରଖିଛି। ଜଣେ ହୋଟେଲ କର୍ମଚାରୀ ମଧ୍ୟ ଅଟକ ରହିଛି।

Leave a Reply

Your email address will not be published. Required fields are marked *

Back to top button