୮ବର୍ଷର ବାଳକକୁ ବାଘ ନେଇଗଲା

ନୂଆପଡା : ସୁନାବେଡ଼ା ଅଭୟାରଣ୍ୟ କଟିଙ୍ଗପାଣି ଗାଁ ଗୋଧସପଡ଼ାର ୮ ବର୍ଷର ବାଳକକୁ ଝାମ୍ପି ନେଇଗଲା କଲରାପତରିଆ ବାଘ। ଆଜି ସନ୍ଧ୍ୟାରେ ଏହି ଘଟଣା ଘଟିଥିବା ଜଣାପଡିଛି।

ଖବର ଅନୁଯାୟୀ ସୋମବାର ସନ୍ଧ୍ୟାରେ ଡମ୍ବରୁଧର ଧରୁଆ ନାମକ ୮ ବର୍ଷର ବାଳକ ଘର ପାଖରେ ଖେଳୁଥିଲା। ଏହି ସମୟରେ ଏକ କଲରାପତରିଆ ବାଘ ତାକୁ ଝାମ୍ପି ନେଇଥିଲା। ଗାଁ ଲୋକଙ୍କ ସହାୟତାରେ ପରିବାର ସଦସ୍ୟ ବାଘକୁ ଗୋଡ଼ାଇ ଶିଶୁଟିକୁ ଏକ ଗୁମ୍ଫାରୁ ଉଦ୍ଧାର କରିଥିଲେ। ହେଲେ ଘରେ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା। ଘଟଣା ସଂପର୍କରେ ଖବର ପାଇ ବନ ବିଭାଗ କର୍ମଚାରୀମାନେ ଗାଁରେ ପହଞ୍ଚି ମୃତଦେହଟିକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button