ସୂଚନା କମିଶନ ପଦ ପୂରଣ ପାଇଁ କେନ୍ଦ୍ର ଓ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : କେନ୍ଦ୍ରୀୟ ସୂଚନା କମିଶନ ଓ ରାଜ୍ୟ ସୂଚନା କମିଶନରେ ଖାଲି ପଡ଼ିଥିବା ପଦଗୁଡ଼ିକୁ ତୁରନ୍ତ ପୂରଣ ଦଗରେ ପଦକ୍ଷେପ ନିଅ। ଆଜି ସୁପ୍ରିମକୋର୍ଟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକୁ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଖବର ଅନୁଯାୟୀ ସର୍ବୋଚ୍ଚ ଅଦାଲତ କହିଛନ୍ତି ସୂଚନା କମିଶନର ପଦବୀ ପୂରଣ ନ ହେଲେ ସୂଚନା ଅଧିକାର ଆଇନ ୨୦୦୫ ମୃତ ଚିଠିରେ ପରିଣତ ହୋଇଯିବ। ଏଥିସହ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାରଡିୱାଲା ଓ ଜଷ୍ଟିସ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶ ଜାରି କରିଛନ୍ତି। କେଉଁ ରାଜ୍ୟରେ କେତେ ସଂଖ୍ୟକ ପଦ ଖାଲି, କେତେ ପୂରଣ ହୋଇଛି ଓ ଆବେଦନ ପଡ଼ି ରହିଥିବା ତଥ୍ୟ ସଂଗ୍ରହ କରିବାକୁ କୋର୍ଟ କହିଛନ୍ତି।

ସୂଚନାଯୋଗ୍ୟ ଝାରଖଣ୍ଡ, ତ୍ରିପୁରା ଓ ତେଲେଙ୍ଗାନା ଭଳି ରାଜ୍ୟରେ ସୂଚନା କମିଶନ ସ୍ଥାଣୁ ପାଲଟିଥିବା ଅଭିଯୋଗ ହୋଇଥିଲା। ଏହାର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ଜବାବ ରଖିବା ସହିତ ପଦବୀ ପୂରଣ ପାଇଁ ୩ ସପ୍ତାହର ସମୟ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button