ଗୁରୁଦ୍ଵାରରେ ଶ୍ରଦ୍ଧାଳୁଙ୍କ ବାସନ ମାଜିଲେ ମନ୍ତ୍ରୀ ସାରଦା ନାୟକ

ରାଉରକେଲା : ନିକଟରେ କୱାଲି କାର୍ଯ୍ୟକ୍ରମରେ ଟଙ୍କା ଉଡ଼ାଇ ଚର୍ଚ୍ଚାକୁ ଆସିଥିଲେ ଶ୍ରମମନ୍ତ୍ରୀ ସାରଦା ନାୟକ। ଏବେ ଗୁରୁଦ୍ଵାରାରେ ଶ୍ରଦ୍ଧାଳୁମାନଙ୍କୁ ଖାଦ୍ୟ ପରଷିବା ସହ ବାସନ ମାଜିବା ଦେଖିବାକୁ ମିଳିଛି।

ଖବର ଅନୁଯାୟୀ ସିଭିଟାଉନସିପ ଗୁରୁଦ୍ଵାରାରେ ସୋମବାର ଦିନ ସାହେବ ଶ୍ରୀ ଗୁରୁ ରାମଦାସ ଜୀ ମହାରାଜଙ୍କ ଗୁରୁମତ୍‌ କୀର୍ତ୍ତନରେ ଶ୍ରମମନ୍ତ୍ରୀ ସାରଦା ଯୋଗ ଦେଇଥିଲେ। ପରେ କମିଟିର କର୍ମକର୍ତ୍ତାଙ୍କ ସହ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହୋଇ ପ୍ରଥମେ ଶ୍ରଦ୍ଧାଳୁମାନଙ୍କୁ ଖାଦ୍ୟ ପରଷିଥିଲେ। ସେମାନଙ୍କ ବାସନଗୁଡ଼ିକୁ ମଧ୍ୟ ଗୋଟିଏ ପରେ ଗୋଟିଏ ମାଜିଥିଲେ। ଯାହାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ମନ୍ତ୍ରୀଙ୍କ ଏସବୁ କାର୍ଯ୍ୟ ଚର୍ଚ୍ଚାରେ ରହିଛି। ହେଲେ ଲୋକେ କହୁଛନ୍ତି ଆଗକୁ ନିର୍ବାଚନ ଆସୁଛି। ସାରଦା ଏପରି କରି ନିଜର ପ୍ରଚାର କରୁଛନ୍ତି।

Leave a Reply

Your email address will not be published. Required fields are marked *

Back to top button