Sat. Dec 7th, 2019

ବାସି ରୁଟି ମଧୁମେହ ଓ ରକ୍ତ ଚାପ ରୋଗୀଙ୍କ ପାଇଁ ଭଲ

ବାସି ଖାଦ୍ୟ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ହୋଇପାରେ କିନ୍ତୁ ବାସି ରୁଟି ନୁହେଁ। ସ୍ୱାସ୍ଥ୍ୟ ବିଜ୍ଞାନୀଙ୍କ ମତରେ ବାସି ରୁଟି ଖାଇଲେ କିଛି ସମସ୍ୟା ନାହିଁ। ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ପାଣି ଓ ଗହମ ଅଟାରେ ରୁଟି ତିଆରି ହେଉଥିବାରୁ ଏହା ଶୀଘ୍ର ଝାଳେଇଯାଏ ନାହିଁ। ଏଥିରେ ଉପକାରୀ ବ୍ୟାକ୍ଟେରିଆ ସୃଷ୍ଟି ହୁଅନ୍ତି। ଏହି ବ୍ୟାକ୍ଟେରିଆ ଶରୀର ପାଇଁ ଉପକାରୀ।

ସାଧାରଣତଃ ରାତିରେ ବଳିପଡ଼ିଥିବା ରୁଟି ପରଦିନ ସକାଳେ ସମସ୍ତେ ଖାଇପାରିବେ। ତିଆରି ହେବାର ବାରରୁ ପନ୍ଦର ଘଣ୍ଟା ମଧ୍ୟରେ ଏହାକୁ ଖାଇଲେ କୌଣସି ସମସ୍ୟା ନାହିଁ। ବାସି ରୁଟି ଖାଇଲେ ମଧୁମେହ ଓ ରକ୍ତ ଚାପ ରୋଗୀଙ୍କୁ ଉପକାର ମିଳେ। ସକାଳ ଜଳଖିଆରେ ଥଣ୍ତା କ୍ଷୀର ସହିତ ବାସି ରୁଟି ଖାଇଲେ ରକ୍ତଚାପ ନିୟନ୍ତ୍ରଣରେ ରହେ। ଏହା ଶରୀରରେ ଶର୍କରାର ସ୍ତରକୁ ସନ୍ତୁଳିତ ରଖିବାକୁ ସମର୍ଥ। ତେଣୁ ମଧୁମେହ ରୋଗୀ ବାସିରୁଟି ଖାଇବା ଉଚିତ। ବାସି ରୁଟିରେ ପୁଷ୍ଟିସାର ଓ ତନ୍ତୁ ଉପାଦାନ ରହିଛି। ନିୟମିତ ଖାଇବା ଦ୍ଵାରା ଶାରୀରିକ ଦୁର୍ବଳତା ଦୂର ହୁଏ। ଏହାଛଡା ବାସିରୁଟି ଓଜନ ବୃଦ୍ଧିରେ ମଧ୍ୟ ସହାୟକ ହୋଇଥାଏ। କ୍ଷୀଣକାୟ ବା ପତଳା ଶରୀରର ବ୍ୟକ୍ତିମାନେ ନିଜର ଓଜନ ବୃଦ୍ଧି ପାଇଁ ବାସି ରୁଟିକୁ ଏକ ବିକଳ୍ପ ଭାବେ ଗ୍ରହଣ କରିପାରିବେ।

Leave a Reply

Your email address will not be published. Required fields are marked *