୨୯ରେ ଘୁ.ଉଦୟଗିରି ଅଧ୍ୟକ୍ଷା ଉପନିର୍ବାଚନ

ଘୁ.ଉଦୟଗିରି : କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଏନ୍‌ଏସି ଅଧ୍ୟକ୍ଷା ପଦବି ପୂରଣ ନିମନ୍ତେ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ଆସନ୍ତା ନ‌ଭେମ୍ବର ୨୯ ତାରିଖରେ ଭୋଟ ଗ୍ରହଣ। ଆଜିଠାରୁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି।

ଖବର ଅନୁଯାୟୀ ଗତ ଜୁଲାଇ ୧୭ରେ ଏନ୍‌ଏସି ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ରଙ୍କ ବିୟୋଗ ପରେ ଏହି ପଦ ଖାଲି ପଡ଼ିଥିଲା। ବିଜ୍ଞପ୍ତି ଅନୁସାରେ ନଭେମ୍ବର ୯ ଠାରୁ ୧୧ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ, ୧୪ରେ ପ୍ରାର୍ଥୀ ତାଲିକା ପ୍ରକାଶ, ୧୬ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର, ୨୯ରେ ମତଦାନ ଓ ନଭେମ୍ବର ୩୦ ତାରିଖରେ ଭୋଟ ଗଣତି ହେବ ବୋଲି ନିର୍ବାଚନ ଅଧିକାରୀ ତହସିଲଦାର ରଞ୍ଜନ କୁମାର ସାହୁ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button