ସାବତ ମା’ ମାଡ଼ରେ ପୁଅ-ଝିଅ ଗୁରୁତର

ଆଠଗଡ଼ : ସାବତ ମା’ର ମାଡରେ ଦୁଇ ନାବାଳକ ପୁଅ-ଝିଅ ଗୁରୁତର ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆଠଗଡ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ପୋଲିସ ଅଭିଯୁକ୍ତ ମା’କୁ ଥାନାରେ ଅଟକ ରଖିଥିବା ଜଣାପଡିଛି।

ଖବର ଅନୁଯାୟୀ ବାଙ୍କୀ ପାର୍ଥପୁର ଅଞ୍ଚଳର ସୁନିଲ କୁମାର ନନ୍ଦ ପ୍ରାୟ ୧୪ବର୍ଷ ତଳେ ଖୋର୍ଦ୍ଧାର ସୁହାସିନୀଙ୍କୁ ବିବାହ କରିଥିଲେ। ତାଙ୍କ ଔରସରୁ ପୁଅ-ଝିଅ ଅଛନ୍ତି। ହେଲେ ପାରିବାରିକ ବିବାଦରୁ ପ୍ରଥମ ସହିତ ସୁନିଲଙ୍କର ବିବାହ ବିଚ୍ଛେଦ ମାମଲା ଚାଲିଛି। କିନ୍ତୁ ସେ ୪ ବର୍ଷ ତଳେ ସେ ଯାଜପୁରର ପୁଷ୍ପଲତା ନନ୍ଦଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଦ୍ୱିତୀୟ ପତ୍ନୀଙ୍କ ଔରସରୁ ୨ ବର୍ଷର ଝିଅ ଅଛି।

ଦ୍ୱିତୀୟ ପତ୍ନୀ ଓ ପ୍ରଥମ ପତ୍ନୀଙ୍କ ପୁଅ-ଝିଅଙ୍କୁ ଧରି ସୁନିଲ ଆଠଗଡ ଷୋଳଘରିଆରେ ଘର ଭଡ଼ା ନେଇ ରହୁଛନ୍ତି। ସୁନିଲ ଗାଡି ଡ୍ରାଇଭର। ଆଜି ଗାଡ଼ିର ମରାମତି କରିବାକୁ ଯାଇଥିବା ବେଳେ ଦ୍ୱିତୀୟ ପତ୍ନୀ ବେଲଣା ପେଡ଼ି, ଲୁହା ଖଡ଼ିକା ଓ ଚୁମୁଟାରେ ୧୩ ବର୍ଷର ସାବତ ପୁଅ ଓ ୧୦ ବର୍ଷର ଝିଅକୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଦୁଇ ନାବାଳକ ଏଥିରେ ଗୁରୁତର ହୋଇ ଘରେ ପଡିଥିବା ବେଳେ ସାହି ପଡିଶା ଲୋକମାନେ ସେମାନଙ୍କୁ ଉଦ୍ଧାର କରି ଆଠଗଡ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ।

Leave a Reply

Your email address will not be published. Required fields are marked *

Back to top button