Thu. Nov 14th, 2019

ମହାରାଷ୍ଟ୍ରରେ ସରକାର ଗଢିବାକୁ ବିଜେପିକୁ ରାଜ୍ୟପାଳଙ୍କ ଆମନ୍ତ୍ରଣ

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ରାଜନୈତିକ ଅଚଳାବସ୍ଥାର ଅବସାନ ଘଟିବାର ସମ୍ଭାବନା ସୃଷ୍ଟି ହୋଇଛି। ସରକାର ଗଠନ ପାଇଁ ରାଜ୍ୟପାଳ ଭଗତ ସିଂ କୋସ୍ୟାରୀ ବିଜେପିକୁ ଆମନ୍ତ୍ରଣ କରିଥିବା ବେଳେ ଆସନ୍ତା ୧୧ ତାରିଖ ସୁଦ୍ଧା ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ କହିଛନ୍ତି। ମହାରାଷ୍ଟ୍ର ବିଧାନସଭାରେ ମୋଟ ୨୮୮ ଆସନ ମଧ୍ୟରୁ ବିଜେପିର ୧୦୫ ଜଣ ସଦସ୍ୟ ଅଛନ୍ତି। ସରକାର ଗଢିବା ପାଇଁ ବିଜେପିକୁ ଆଉ ୪୦ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ସ୍ୱାଧୀନ ଓ ଛୋଟ ଛୋଟ ଦଳମାନଙ୍କ ମଧ୍ୟରୁ ୧୫ ଜଣ ବିଜେପିକୁ ସମର୍ଥନ କରୁଥିବା ବେଳେ ସଂଖ୍ୟାଗରିଷ୍ଠତା ହାସଲ ପାଇଁ ଆଉ ୨୫ ଜଣଙ୍କ ସମର୍ଥନ ଆବଶ୍ୟକ।

Leave a Reply

Your email address will not be published. Required fields are marked *