ଅଭିନେତା ସଂଜୟ ଦତ୍ତ ଓ ରାପର ବାଦଶାହାଙ୍କ ନାଁ’ରେ ମାମଲା

ମୁମ୍ବାଇ : ବଲିଉଡ ଅଭିନେତା ସଂଜୟ ଦତ୍ତ ଓ ରାପର ବାଦଶାହା ଫେୟାରପ୍ଲେ ଅନଲାଇନ ବେଟିଂ ଆପରେ ଆଇପିଏଲର ପ୍ରଚାର କରିବା ଅଭିଯୋଗ। ସେଥିପାଇଁ ଉଭୟଙ୍କ ନାଁ’ରେ ମୁମ୍ବାଇ ସାଇବର ଥାନାରେ ଏଫଆଇଆର ରୁଜୁ କରାଯାଇଛି।

ଖବର ଅନୁଯାୟୀ ରାପର ବାଦଶାହା ସୋମବାର ମୁମ୍ବାଇ ଥାନାରେ ପହଁଚି ଜେରାର ସମ୍ମୁଖୀନ ହୋଇଛନ୍ତି। ଏହାର କାରଣ ହେଲା ଅଭିଯୋଗ ଘେରରେ ଥିବା ମହାଦେବ ଅନଲାଇନ ବେଟିଂ ଆପ ଓ ଫେୟାରପ୍ଲେ ଆପର କନେକ୍ସନ ରହିଛି। ନିକଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମନିଲଣ୍ଡରିଂ ମାମଲା ସହ ମହାଦେବ ଆପକୁ ତଦନ୍ତ ପରିସର ଭୁକ୍ତ କରିଛି। ତେଣୁ ଏହି ମାମଲାରେ କିଛି ବଲିଉଡ କଳାକାରଙ୍କୁ ଜେରା ପାଇଁ ସମନ ପଠାଇଛି।

Leave a Reply

Your email address will not be published. Required fields are marked *

Back to top button