Thu. Nov 14th, 2019

ଜିଓର ଅଲ-ଇନ୍‌-ଓ୍ଵାନ୍‌ରେ ସାମିଲ ହେଲା ୧୪୯ଟଙ୍କା ପ୍ଲାନ୍‌

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ନିଜର ଏକ ପ୍ରିପେଡ ପ୍ଲାନ୍‌ରେ ପରିବର୍ତ୍ତନ କରିଛି। ଏହା ୧୪୯ଟଙ୍କାର ପ୍ଲାନ୍‌ ରହିଛି। ୧୪୯ଟଙ୍କାର ପ୍ରିପେଡ ପ୍ଲାନ୍‌କୁ ଅଲ-ଇନ୍‌-ଓ୍ଵାନ୍‌ ରିଚାର୍ଜରେ ବଦଳାଇ ଦେଇଛି। ଏବେ ୧୪୯ଟଙ୍କାର ପ୍ଲାନ୍‌ ୨୨୨, ୩୩୩, ୪୪୪ ଓ ୫୫୫ଟଙ୍କା ଆଲ-ଇନ୍‌-ଓ୍ଵାନ୍‌ ପ୍ଲାନ୍‌ର ଲିଷ୍ଟରେ ସାମିଲ ହୋଇଯାଇଛି। ଏହି ପରିବର୍ତ୍ତନ ଯୋଗୁ ୧୪୯ଟଙ୍କାର ପ୍ରିପେଡ୍‌ ପ୍ଲାନ୍‌ର ଭେଲିଡିଟି ହ୍ରାସ ପାଇଛି। ଜିଓର ୧୪୯ଟଙ୍କାର ପ୍ଲାନ୍‌ରେ ପ୍ରଥମେ ବ୍ୟବହାରକାରୀଙ୍କୁ ୨୮ଦିନର ବୈଧତା ମିଳୁଥିଲା। ଏବେ ଏହି ପ୍ଲାନ୍‌ରେ ୨୪ଦିନର ଭେଲିଡିଟି ମିଳିବ। କିନ୍ତୁ ଭଲ ଖବର ହେଲା ଏବେ ଜିଓ ବ୍ୟବହାରକାରୀଙ୍କୁ ୩୦୦ ମିନିଟ୍‌ ନନ-ଜିଓକୁ ଭଏସ୍‌ କଲିଂର ସୁବିଧା ମିଳିବ।

Leave a Reply

Your email address will not be published. Required fields are marked *