ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ସମନ

ନୂଆଦିଲ୍ଲୀ : ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମନ କରିଛି। ନଭେମ୍ବର ୨ ତାରିଖରେ ହାଜର ହେବାକୁ କୁହାଯାଇଛି।

ଖବର ଅନୁଯାୟୀ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଅବକାରୀ ନୀତିକୁ ନେଇ ରୁଜୁ ହୋଇଥିବା ମନି ଲଣ୍ଡରିଂ ମାମଲାରେ ଗତ ଫେବ୍ରୁଆରୀ ମାସରେ ଗିରଫ କରାଯାଇଥିଲା। ସେହିପରି ଏହି ମାମଲାରେ ଗତ ଅକ୍ଟୋବର ୪ ତାରିଖରେ ଆପ୍ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଗିରଫ ହୋଇଛନ୍ତି। ଅନ୍ୟପକ୍ଷରେ ସୋମବାର ସୁପ୍ରିମକୋର୍ଟ ଏହି ମାମଲାରେ ମନୀଷ ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କରିବାର କିଛି ଘଣ୍ଟା ପରେ କେଜ୍ରିୱାଲଙ୍କୁ ଇଡି ସମନ ପଠାଇଛି। ଏହି ମାମଲାରେ ପ୍ରାୟ ୩୩୮ କୋଟି ଟଙ୍କାର ଘୋଟାଲ ହୋଇଥିବା ଅଭିଯୋଗ ରହିଛି।

Leave a Reply

Your email address will not be published. Required fields are marked *

Back to top button