Thu. Nov 14th, 2019

୬ ଲକ୍ଷ ହେକ୍ଟର ଚାଷ ଜମିରୁ ୪୦ ପ୍ରତିଶତ କ୍ଷୟକ୍ଷତି ହୋଇଛି

ଭୁବନେଶ୍ଵର : ବାତ୍ୟା ବୁଲବୁଲ ପ୍ରଭାବରେ ଅନେକ ଅଞ୍ଚଳରେ ଚାଷ ଜମି କ୍ଷତିଗ୍ରସ୍ଥ ହୋଇଛି। ଭିଡିଓ କନଫରେନ୍ସଂ ଜରିଆରେ କେନ୍ଦ୍ର କ୍ୟାବିନେଟ ସଚିବ ରାଜ୍ୟ ମୁଖ୍ୟ ଶାସନ ସଚିବ ବାତ୍ୟା କ୍ଷୟକ୍ଷତି ନେଇ ଆଲୋଚନା କରିଛନ୍ତି। ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବ କହିଛନ୍ତି ଆଜି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁରରେ ବୁଲବୁଲର ପ୍ରଭାବ ପଡିଛି। ୬ଟି ବ୍ଲକରେ ସର୍ବାଧିକ ବର୍ଷା ହୋଇଛି। ଭଦ୍ରକ ଧାମରାରେ ୧୧୦ କିଲୋମିଟର ବେଗରେ ପବନ ବହିଛି। ସନ୍ଧ୍ୟା ସୁଦ୍ଧା ରାସ୍ତା ସଫା କରିବା ପାଇଁ ଟାର୍ଗେଟ ରଖଯାଇଥିବା ବେଳେ ୬ ଲକ୍ଷ ହେକ୍ଟର ଚାଷ ଜମିରୁ ୪୦ ପ୍ରତିଶତ କ୍ଷୟକ୍ଷତି ହୋଇଥିବା ଆକଳନ ହୋଇଛି। ସେ କହିଲେ କେନ୍ଦ୍ରକୁ ଆଡଭାନସ ଟିମ ପଠାଇ ତଦନ୍ତ କରିବା ପାଇଁ କୁହାଯିବ। ସଂପୂର୍ଣ୍ଣ କ୍ଷୟକ୍ଷତି ଆକଳନ ପରେ ରିପୋର୍ଟ ଦିଆଯିବ। ୧୧ କେଭି ଳାଇନ ମଧ୍ୟ କେତେ ସ୍ଥାନରେ ନଷ୍ଟ ହୋଇଛି। ଦୁଇଦିନ ମଧ୍ୟରେ ବିଦ୍ୟୁତ ଯୋଗାଣ ସ୍ୱାଭାବିକ ହେବ ବୋଲିି ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *