Thu. Nov 14th, 2019

ସ୍ଥଳଭାଗ ଛୁଇଁଲା ବୁଲବୁଲ

ଭୁବନେଶ୍ୱର : ସାମୁଦ୍ରିକ ବାତ୍ୟା ବୁଲବୁଲର ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହୋଇଛି। ପଶ୍ଚିମବଙ୍ଗର ସାଗରଦ୍ୱୀପ ନିକଟରେ ଏହା ଲ୍ୟାଣ୍ଡଫଲ କରିବ। ଆରମ୍ଭ ହୋଇଛି। ବାତ୍ୟାର କେନ୍ଦ୍ରସ୍ଥଳ ବା ଆଇ ସ୍ଥଳଭାଗ ଅତିକ୍ରମ କରିବାକୁ ଆଉ ପ୍ରାୟ ୧ ଘଣ୍ଟା ଲାଗିପାରେ। ସଂପୂର୍ଣ୍ଣଭାବେ ସ୍ଥଳଭାଗ ଅତିକ୍ରମ କରିବାକୁ ପ୍ରାୟ ୩ ଘଣ୍ଟା ସମୟ ନେବ ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ କହିଛି ।
ବାତ୍ୟାର ଲ୍ୟାଣ୍ଡଫଲ ଆରମ୍ଭ ହୋଇଥିବାରୁ ପଶ୍ଚିମବଙ୍ଗ ଓ ବାଂଲାଦେଶର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଏବେ ପବନର ବେଗ ଘଣ୍ଟା ପ୍ରତି ୧୪୦ କିଲୋମିଟରରେ ପହଞ୍ଚିଛି। ଏହା ସହିତ ପ୍ରବଳ ବର୍ଷା ଓ ସମୁଦ୍ରରେ ଉଚ୍ଚ ଜୁଆର ଉଠୁଛି। ବାତ୍ୟାପ୍ରଭାବରେ ଏପର୍ଯ୍ୟନ୍ତ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାକୁ ଦୃଷ୍ଟିରେ ରଖି କୋଲକତା ବିମାନ ବନ୍ଦରକୁ ଆଜି ସଂଧ୍ୟା ୬ଟା ପରେ ୧୨ ଘଣ୍ଟା ପାଇଁ ବନ୍ଦ କରିଦିଆଯାଇଛି।

Leave a Reply

Your email address will not be published. Required fields are marked *