Thu. Nov 14th, 2019

ସେକ୍ସ ରାକେଟ ଠାବ, ୪ ଗିରଫ

ଭୁବନେଶ୍ଵର : ଶୁକ୍ରବାର ରାତିରେ ବରଗଡର ପାଇକମାଲ ପୋଲିସ ଚଢ଼ଉ କରି ଏକ ସେକ୍ସ ରାକେଟର ଠାବ କରିଛି। ନୃସିଂହନାଥ ରାସ୍ତା ତହସିଲ ଛକ ନିକଟ ଏକ ଘରେ ଏହି ରକେଟ ଚାଲିଥିଲା। ଏହି ଘଟଣାରେ ପୋଲିସ ଶାନ୍ତିଲତା ବନଛୋର ନାମକ ମହିଳା ତିନିଜଣ ଯୁବତୀଙ୍କୁ ଆଣି ତାଙ୍କ ଘରେ ଦେହ ବ୍ୟବସାୟ ଚଳାଇଥିବା ବେଳେ ସେମାନଙ୍କୁ ମାନସିକ ନିର୍ଯାତନା ଦେଉଥିଲା। ସେମାନଙ୍କ ଭିତରୁ ଜଣେ ନିର୍ଯାତନା ସହି ନପାରି ଶୁକ୍ରବାର ରାତିରେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପାଇକମାଲ ଥାନା ଅଧିକାରୀ ବିଶ୍ୱଜିତ ମନବୋଧ ତୁରନ୍ତ ଘଟଣା ସ୍ଥଳେ ପହଂଚି ଜଣେ ନାବାଳିକା ଓ ୨ ଜଣ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ରାଣୀ ମହୁମାଛି କୁହାଯାଉଥିବା ଶାନ୍ତିଲତା ଓ ତାର ତିନିଜଣ ସହଯୋଗୀଙ୍କୁ ଗିରଫ କରିଛି।

Leave a Reply

Your email address will not be published. Required fields are marked *