ଶକ୍ତିଶାଳୀ ପରମାଣୁ ବୋମା ତିଆରି କରିବ ଆମେରିକା

ନୂଆଦିଲ୍ଲୀ : ଆମେରିକା ଶକ୍ତିଶାଳୀ ପରମାଣୁ ବୋମା ତିଆରି କରିବାକୁ ଯୋଜନା କରୁଛି। ଯାହା ହିରୋସିମାରେ ବ୍ୟବହୃତ ବୋମାଠାରୁ ୨୪ ଗୁଣ ଅଧିକ ଶକ୍ତିଶାଳୀ। ୨୦୩୦ ସୁଦ୍ଧା ଚୀନ୍ ନିଜର ପରମାଣୁ ଅସ୍ତ୍ରଶସ୍ତ୍ରକୁ ଦ୍ୱିଗୁଣିତ କରି ୧୦୦୦ରୁ ଅଧିକ କରିବାକୁ ଘୋଷଣା କରିବା ପରେ ଆମେରିକା ଏଭଳି ପଦକ୍ଷେପ ନେଇଛି।

ଖବର ଅନୁଯାୟୀ ଆମେରିକର ପ୍ରତିରକ୍ଷା ବିଭାଗ ଘୋଷଣା କରିଛି ବି୬୧ ନାଭିକୀୟ ମାଧ୍ୟାକର୍ଷଣ ବୋମାର ଏକ ଆଧୁନିକ ରୂପକୁ ଅନୁସରଣ କରିବ। ଯାହାକୁ ବି୬୧-୧୩ ଭାବେ ନାମିତ କରାଯାଇଛି। ଏଥିପାଇଁ କଂଗ୍ରେସର ଅନୁମୋଦନକୁ ରହିଛି ଅପେକ୍ଷା। ଏହି ନୂଆ ବୋମାକୁ ଅତ୍ୟାଧୁନିକ ଯୁଦ୍ଧବିମାନରୁ ଖସାଇ ଦିଆଯିବ। ଏଥିପାଇଁ ଶତ୍ରୁପକ୍ଷର ରାଡାର ଧରିନପାରିବ ଭଳି ବୋମାବର୍ଷୀ ବିମାନ ତିଆରି ଚାଲିଛି। ଏଥିରେ ୬୯୨ ନିୟୁତ ଡଲାର ଖର୍ଚ୍ଚ ହେବ। ଏହି ବୋମା ତିଆରି ପରେ ଆମେରିକାକୁ ଚ୍ୟାଲେଞ୍ଜ କରିବାକୁ ଶତ୍ରୁପକ୍ଷ ଭୟ କରିବେ। ପରିବର୍ତ୍ତନଶୀଳ ବିଶ୍ୱରେ ଆମେ ଶକ୍ତିଶାଳୀ ଓ ସୁରକ୍ଷିତ ରହିବାକୁ ଚାହୁଁଛୁ ବୋଲି ପେଣ୍ଟାଗନ୍ କହିଛି।

Leave a Reply

Your email address will not be published. Required fields are marked *

Back to top button