Thu. May 23rd, 2019
244 views

ଦରମା ମାଗିବାରୁ ମହିଳାଙ୍କୁ ମାଡ : ଦେଖନ୍ତୁ ଭିଡିଓ

ସେୟାର କରନ୍ତୁ:-

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ଗ୍ରେଟର ନୋଏଡାରୁ ଅମାନୁଷିକତାର ଏକ ଜ୍ୱଳନ୍ତ ଦୃଶ୍ୟ ଦେଖିବାକୁ ମିଳିଛି । ନୋଏଡାରେ ଜଣେ ମହିଳାଙ୍କୁ ଦରମା ମାଗିବାରୁ ମାଡ ମାରିଛନ୍ତି ଲୋକେ । ଉକ୍ତ ଘଟଣାର ଭିଡିଓ ମଧ୍ୟ ରେକଡିଂ କରାଯାଇଥିଲା । ଭିଡ ଭିତରେ କିଛି ଲୋକେ ମହିଳାଙ୍କୁ ବାଡ଼ିରେ ମାଡ ମାରୁଥିବା ଦେଖିବାକୁ ମିଳିଥିବା ବେଳେ କିଛି ଲୋକ ମହିଳାଙ୍କ ଚୁଟି ଘୋଷାଡ଼ି ମଧ୍ୟ ମାଡ ମାରୁଥିବା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ, ଗ୍ରେଟର ନୋଏଡାର ଏହି ଅଂଚଳ କାମର୍ସିଆଲ ହବ ଭାବେ ଜଣାଶୁଣା । ପୀଡିତା ଏକ ବିୟୁଟି ପାର୍ଲରରେ କାମ କରୁଥିଲେ । ମାସ ଶେଷରେ ଦରମା ଆଶାରେ ସେ ସେଠାରେ କାମ କରୁଥିଲେ । କିନ୍ତୁ ପାର୍ଲର ମାଲିକ ଠିକ ଭାବେ ଦରମା ଦେଉନଥିଲା । ମହିଳା ଯେତେବେଳେ ଦରମା ମାଗିବା ପାଇଁ ମାଲିକ ପାଖକୁ ଗଲେ, ସେତେବେଳେ ସେଠାରେ ଥିବା କିଛି ଲୋକ ତାଙ୍କୁ ଗାଳିଗୁଲଜ କରିଥିଲେ । କେବଳ ସେତିକି ନୁହଁ, କିଛି ଲୋକ ମହିଳାଙ୍କୁ ମାଡ ମାରିଥିଲେ । ଘଟଣା ଦିନ ଦ୍ବିପ୍ରହରରେ ରାସ୍ତାରେ ଘଟିଥିଲା । ସେହି ରାସ୍ତା ଦେଇ ଲୋକେ ମଧ୍ୟ ଯିବା ଆସିବା କରୁଥିଲେ । କିନ୍ତୁ ଲୋକେ ମହିଳାଙ୍କୁ ସୁରକ୍ଷା ଦେବା ଛାଡି ତାଙ୍କର ଭିଡିଓ ରେକଡିଂ କରୁଥିଲେ । ଲୋକଙ୍କ ମାଡରେ ମହିଳା ଗୁରୁତର ଆହତ ହୋଇଛନ୍ତି । ଆହତ ଅବସ୍ଥାରେ ପୀଡିତା ନଲେଜ ପାର୍କ ଥାନାରେ ଏତଲା ଦେଇଥିବା ଜଣାପଡିଛି ।

ସେୟାର କରନ୍ତୁ:-

Leave a Reply

Your email address will not be published. Required fields are marked *