ରାମଲାଲାଙ୍କ ବିଗ୍ରହ ସୁନା ମାର୍ବଲ ବେଦୀରେ ସ୍ଥାପନ ହେବ

ନୂଆଦିଲ୍ଲୀ : ଅଯୋଧ୍ୟାରାମ ମନ୍ଦିର ଗର୍ଭଗୃହର ୮ ଫୁଟ୍ ଉଚ୍ଚର ସୁବର୍ଣ୍ଣ ଆଚ୍ଛାଦିତ ମାର୍ବଲ ବେଦୀରେ ରାମଲାଲାଙ୍କ ବିଗ୍ରହ ସ୍ଥାପନ ହେବ। ରାଜସ୍ଥାନର ଜଣେ ସ୍ଥପତିଙ୍କ ଦ୍ୱାରା ଏହାର ନିର୍ମାଣ କାମ ଚାଲିଛି।

ଖବର ଅନୁଯାୟୀ ଡିସେମ୍ବର ୧୫ ସୁଦ୍ଧା ଏହା ଅଯୋଧ୍ୟାରେ ପହଞ୍ଚିଯିବ ବୋଲି ରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟ ସଦସ୍ୟ ଅନୀଲ ମିଶ୍ର ସୂଚନା ଦେଇଛନ୍ତି। ୮ଫୁଟ ଉଚ୍ଚର ଏହି ବେଦୀ ବା ଗାଦିର ଦୈର୍ଘ୍ୟ ୩ ଫୁଟ୍ ଓ ପ୍ରସ୍ଥ ୪ ଫୁଟ୍ ରହିବ। ରାମ ଭକ୍ତମାନେ ଦାନ କରିଥିବା ବହୁ ପରିମାଣର ସୁନା ଓ ରୂପାକୁ ଏଥିରେ ବ୍ୟବହାର କରାଯିବ। ଆସନ୍ତା ଜାନୁଆରୀ ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ରାମଲାଲାଙ୍କ ବିଗ୍ରହ ସ୍ଥାପନ କରିବେ। ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ୪ ହଜାର ସାଧୁସନ୍ଥ ଓ ୨୫ ଶହ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିବେ। ମକର ସଂକ୍ରାନ୍ତିରୁ ଆରମ୍ଭ ହୋଇ ଏହା ୧୦ ଦିନ ଧରି ଚାଲିବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button