କୃଷିମନ୍ତ୍ରୀଙ୍କ ପିଏ କହି ଠକିଥିବା କିନ୍ନର ଗିରଫ

ଭୁବନେଶ୍ଵର : କଟକର ଏକ ଘରୋଇ ହସ୍ପିଟାଲ ମାଲିକଙ୍କୁ ମନ୍ତ୍ରୀଙ୍କ ପିଏ କହି ୪୬ ହଜାର ଟଙ୍କା ଠକିଥିବା ସାଇବର ଲୁଟେରା ଗିରଫ। ସେ ଜଣେ କିନ୍ନର। ଅନୁଗୋଳ କିଶୋରନଗର ଅଞ୍ଚଳର ସୌମ୍ୟରଞ୍ଜନ ପ୍ରଧାନ ଓରଫ ସୁଲଗ୍ନା।

ଖବର ଅନୁଯାୟୀ ଗତ ସେପ୍ଟେମ୍ବର ୭ ତାରିଖରେ ହସପିଟାଲ ମାଲିକଙ୍କୁ ଅବିକଳ ମନ୍ତ୍ରୀଙ୍କ ସ୍ୱରରେ କଥା ହୋଇଥିଲା ସୁଲଗ୍ନା। ଜଣେ ମହିଳାଙ୍କ ମାଧ୍ୟମରେ ଏକ ହୋମ ଯଜ୍ଞ ନାଁରେ ୩୧ କେଜି ଘିଅର ଆବଶ୍ୟକତା ଥିବା କହିଥିଲା। ମନ୍ତ୍ରୀ ଫୋନ କରିଥିବା ବିଶ୍ୱାସ କରି ସଂପୃକ୍ତ ହସ୍ପିଟାଲର ମାଲିକ ଫୋନ୍ ପେ ଜରିଆରେ ୪୬ ହଜାର ଟଙ୍କା ପଠାଇଥିଲେ। ପରେ ସେ ଠକାମୀର ଶିକାର ହୋଇଥିବା ଜାଣିପାରି ସାଇବର ଥାନାରେ ଏତଲା ଦେଇଥିଲେ। ପୋଲିସ୍ ଘଟଣାର ତଦନ୍ତ କରି ସୁଲଗ୍ନାକୁ ଗିରଫ କରିଛି।

Leave a Reply

Your email address will not be published. Required fields are marked *

Back to top button