ସରକାରୀ ବିଶ୍ୱବିଦ୍ୟାଳୟରେ ମିଳିବ ମାଗଣା ଇଣ୍ଟରନେଟ୍ ସେବା

ଭୁବନେଶ୍ଵର : ରାଜ୍ୟର ସବୁ ସରକାରୀ ବିଶ୍ୱବିଦ୍ୟାଳୟରେ ମିଳିବ ମାଗଣା ୱାଇଫାଇ ସେବା। ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ସୁବିଧା ପାଇଁ ମାଗଣା ଉଚ୍ଚ ଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଛି।

ଖବର ଅନୁଯାୟୀ ଅଧିକାଂଶ ପାଠ୍ୟ ପୁସ୍ତକ ଅନ୍‌ଲାଇନ୍‌ ଥିବାରୁ ମାଗଣା ଇଣ୍ଟରନେଟ୍ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ସହାୟକ ହେବ। ଫଳରେ ଶିକ୍ଷା ବାତାବରଣରେ ଉନ୍ନତି ଆସି ପାରିବ। ଏଥିପାଇଁ କ୍ୟାମ୍ପସରେ ୱାଇଫାଇ ନେଟ୍‌ୱର୍କ ସ୍ଥାପନା ଲାଗି ବ୍ୟୟ ଅଟକଳ କରିବାକୁ ସବୁ ବିଶ୍ୱବିଦ୍ୟାଳୟର କୁଳ ସଚିବଙ୍କୁ ଉଚ୍ଚ ଶିକ୍ଷା ବିଭାଗ ଚିଠି ଲେଖି ନିର୍ଦ୍ଦେଶ ଦେଇଛି।

Leave a Reply

Your email address will not be published. Required fields are marked *

Back to top button