ମୁଁ ମୋଦି ନୁହେଁ ପ୍ରତିଶ୍ରୁତି ଭୁଲିଯିବି : ରାହୁଲ ଗାନ୍ଧୀ

ହାଇଦ୍ରାବାଦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ଟାର୍ଗେଟ। ଆଜି କୋଲାପୁରରେ ଅନୁଷ୍ଠିତ କଂଗ୍ରେସର ଏକ ନିର୍ବାଚନ ରାଲିରେ ରାହୁଲ କହିଛନ୍ତି ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୁହେଁ ପ୍ରତିଶ୍ରୁତି ଦେଇ ଭୁଲିଯିବି। ମୁଁ ଯାହା ପ୍ରତିଶ୍ରୁତି ଦିଏ ତାହାକୁ ପୂରଣ କରେ। ମୋଦୀ ଜି କହିଥିଲେ ବିଦେଶରୁ ଜବତ ହୋଇଥିବା କଳା ଟଙ୍କାରୁ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଲେଖାଏଁ ଜମା କରିବେ। କିନ୍ତୁ ଏପର୍ଯ୍ୟନ୍ତ ଆପଣଙ୍କ ଆକାଉଣ୍ଟକୁ ପଇସାଟିଏ ସ୍ଥାନାନ୍ତର ହୋଇନାହିଁ। କିନ୍ତୁ ଲକ୍ଷ ଲକ୍ଷ କୋଟି ଟଙ୍କା ଶିଳ୍ପପତି ଗୌତମ ଆଦାନୀଙ୍କ ଆକାଉଣ୍ଟକୁ ପଠାଯାଇଛି।

ଖବର ଅନୁଯାୟୀ କୋଲାପୁର ରାଲିରେ ରାହୁଲ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ଟାର୍ଗେଟ କରି କହିଛନ୍ତି ଆମେ ସମସ୍ତେ ସ୍ୱପ୍ନ ଦେଖୁଥିଲୁ ତେଲେଙ୍ଗାନାରେ ଲୋକମାନେ ଏଠାରେ ଶାସନ କରିବେ। ଗତ ଦଶବର୍ଷ ମଧ୍ୟରେ ତେଲେଙ୍ଗାନାର ଲୋକମାନଙ୍କୁ ଦୂରେଇ ଦିଆଯାଇଛି। ଏଠାରେ ଜଣେ ରାଜା ଓ ତାଙ୍କ ପରିବାର ଶାସନ କରୁଛନ୍ତି। ସେ କହିଲେ ପ୍ରଥମେ କେସିଆର ମୁଖ୍ୟମନ୍ତ୍ରୀ ପଦ ଛାଡିବେ। ଏହା ପରେ ଜନସାଧାରଣଙ୍କଠାରୁ ଲୁଟ୍ ହୋଇଥିବା ଟଙ୍କା ବାବଦରେ ସେମାନଙ୍କଠାରୁ ହିସାବ ନିଆଯିବ। ମୁଁ ନିଷ୍ପତ୍ତି ନେଇଛି ମୁଖ୍ୟମନ୍ତ୍ରୀ ଦ୍ୱାରା ଲୁଟ୍ ହୋଇଥିବା ସମସ୍ତ ଟଙ୍କା କଂଗ୍ରେସ ଆପଣଙ୍କୁ ଦେବ।

Leave a Reply

Your email address will not be published. Required fields are marked *

Back to top button