ପ୍ରତାପ ଜେନାଙ୍କୁ ଆଶ୍ଵସ୍ତି : ପରବର୍ତ୍ତୀ ଶୁଣାଣି ଯାଏ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍

ଭୁବନେଶ୍ଵର : ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କୁ ସାମୟିକ ଆଶ୍ଵସ୍ତି ମିିଳିଛି। ତାଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ। ଏଥିସହ ହାଇକୋର୍ଟ ସାଲେପୁରର ଜେଏମ୍‌ଏଫ୍‌ସି କୋର୍ଟକରୁ ମାମଲା ସଂକ୍ରାନ୍ତୀୟ ରେକର୍ଡ ତଲବ କରିଛନ୍ତି। ଏହାର ପରବର୍ତ୍ତୀ ଶୁଣାଣି ଆସନ୍ତା ଡିସେମ୍ବର ୧୯ ତାରିଖରେ ହେବ।

ଖବର ଅନୁଯାୟୀ କଟକ ଜିଲ୍ଲା ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କୁ ହାଇକୋର୍ଟରୁ ପ୍ରାୟ ଦେଢ଼ମାସ ମହଲତ ମିଳିଛି। ଏହାପୂର୍ବରୁ ସାଲେପୁରର ଜେଏମ୍‌ଏଫ୍‌ସି କୋର୍ଟଙ୍କ ପକ୍ଷରୁ ଗତ ଅକ୍ଟୋବର ୩୧ ତାରିଖରେ କୋର୍ଟରେ ହାଜାର ପାଇଁ ତାଙ୍କୁ ନୋଟିସ୍ ଜାରି କରାଯାଇଥିଲା। କିନ୍ତୁ ବିଧାୟକ ଶ୍ରୀ ଜେନା ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ କୋର୍ଟରେ ହାଜର ନହୋଇ ଓକିଲଙ୍କ ଜରିଆରେ ପକ୍ଷ ରଖିଥିଲେ। ଏହାଛଡା ସେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ଆଜି ତାଙ୍କ ମାମଲାକୁ ବିଚାର ଲାଗି ହାଇକୋର୍ଟ ଗ୍ରହଣ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button