ଲାଞ୍ଚ ମାମଲାରେ ରାଜସ୍ଥାନ ଏସିବି ଇଡି ଅଧିକାରୀଙ୍କୁ ହେପାଜତକୁ ନେଲା

ନୂଆଦିଲ୍ଲୀ : ରାଜସ୍ଥାନ ଦୁର୍ନୀତି ନିରୋଧ ବ୍ୟୁରୋ ତରଫରୁ ଇଡି ଅଧିକାରୀ ନବଲ କିଶୋର ମୀନାଙ୍କୁ ହେପାଜତକୁ ନିଆଯାଇଛି। ଏହି ଅଧିକାରୀ ଜଣଙ୍କ ଜଣେ ବ୍ୟବସାୟୀଙ୍କୁ ୧୫ ଲକ୍ଷ ଟଙ୍କା ଲାଞ୍ଚ ମାଗୁବା ଅଭିଯୋଗରେ ଏସିବି ତାଙ୍କୁ ଅଟକ ରଖିଛି।

ଖବର ଅନୁଯାୟୀ ଇଡି ଅଧିକାରୀଙ୍କର ଆୟ ଠାରୁ ଅଧିକ ସମ୍ପତ୍ତି ରହିଛି ବୋଲି ପୂର୍ବରୁ ଏସିବି ଜାଣିବାକୁ ପାଇଥିଲା। ପରେ ଇଡି ଅଧିକାରୀଙ୍କର ବିଭିନ୍ନ ଠିକଣାରେ ଏସିବି ପକ୍ଷରୁ ଚଢଉ ହୋଇଥିଲା। ଆଉ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବଲ କିଶୋରଙ୍କୁ ହେପାଜତକୁ ନିଆଯାଇଛି। ଖୁବଶୀଘ୍ର ତାଙ୍କୁ ଗିରଫ କରାଯାଇପାରେ ବୋଲି ଅନୁମାନ କରାଯାଉଛି।

ଆଗକୁ ରାଜସ୍ଥାନ ବିଧାନସଭା ନିର୍ବାଚନ। ଏହା ପୂର୍ବରୁ କେନ୍ଦ୍ରୀୟ ତଦନ୍ତକାରି ସଂସ୍ଥା ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରାଜସ୍ଥାନରେ ସକ୍ରିୟ ହୋଇଛି। ୧୨ ବର୍ଷ ତଳର ମାମଲାକୁ ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟଙ୍କୁ ନୋଟିସ କରିଛି। ଏହାଛଡା ଅନ୍ୟ ଏକ ମାମଲାରେ ରାଜସ୍ଥାନ କଂଗ୍ରେସ ମୁଖ୍ୟଙ୍କ ଠିକଣାରେ ଇଡି ଚଢଉ କରିଥିଲା।

Leave a Reply

Your email address will not be published. Required fields are marked *

Back to top button