ବରୁଣ-ଲାବନ୍ୟାଙ୍କ ବିବାହ ଫଟୋ ଭାଇରାଲ

ମୁମ୍ଵାଇ : ନଭେମ୍ବର ପହିଲାରେ ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଯୋଡି ବରୁଣ ତେଜ ଓ ଲାବନ୍ୟା ଇଟାଲିରେ ବିବାହ ସମ୍ପନ୍ନ ହୋଇଛି। ଏହି ବିବାହ ଉତ୍ସବରେ ପରିବାର ଓ ଘନିଷ୍ଠ ବନ୍ଧୁ ଉପସ୍ଥିତି ଥିଲେ।

janatakhabar.in

ଖବର ଅନୁଯାୟୀ ଇଟାଲୀର ବୋର୍ଗୋ ସେନ୍ ଫେଲିସରେ ହିନ୍ଦୁ ରୀତିନୀତି ଅନୁଯାୟୀ ସାତଫେରା ନେଇଥିଲେ ବରୁଣ ଓ ଲାବନ୍ୟା। ଦକ୍ଷିଣ ସୁପରଷ୍ଟାର ରାମ ଚରଣ ଓ ଅଲୁ ଅର୍ଜୁନ ମଧ୍ୟ ବିବାହରେ ଯୋଗ ଦେଇଥିଲେ। ଏବେ ବରୁଣ ଓ ଲାବନ୍ୟାଙ୍କ ବିବାହର ପ୍ରଥମ ଫଟୋ ସାମ୍ନାକୁ ଆସିଛି। ତେଲୁଗୁ ଅଭିନେତା ତଥା ନିର୍ମାତା ନାଗା ବାବୁ କୋନିଡେଲା ଏହି ଫଟୋ ସେୟାର କରି ଲେଖିଛନ୍ତି ନବ ବିବାହିତ ଦମ୍ପତ୍ତି ବରୁଣ ତେଜ ଓ ଲାବନ୍ୟା ପାଇଁ ତୁମର ଆଶୀର୍ବାଦ ଦରକାର। ଫଟୋରେ ବରୁଣ ଏମ୍ବ୍ରୋଡୋରୀ ଶେରୱାନି ସହିତ ଲାବନ୍ୟା ଲାଲ୍‌ ଶାଢୀ ପିନ୍ଧିଥିବା ଦେଖିବାକୁ ମିଳିଛି। ପରେ ବରୁଣ ସୋସିଆଲ ମିଡିଆରେ ତାଙ୍କ ବିବାହର ଅନେକ ଫଟୋ ସେୟାର କରିଛନ୍ତି। ଫଟୋ ଗୁଡ଼ିକରେ ବର ଓ କନ୍ୟାର କ୍ୟାମେରା ପାଇଁ ଅନେକ ପୋଜ୍ ଦେଉଥିବା ବେଳେ କ୍ୟାପସନ୍‌ରେ ବରୁଣ ମାଇଁ ଲଭ୍‌ ଲେଖିଛନ୍ତି। ଏହାପୂର୍ବରୁ ମେହେନ୍ଦିର ଫଟୋ ଦେଖିବାକୁ ମିଳିଥିଲା। କୁହାଯାଉଛି ବରୁଣ ଦୁଇଟି ରିସେପ୍ସନ୍ ଆୟୋଜନ କରିବାକୁ ଯୋଜନା କରୁଛନ୍ତି। ଗୋଟିଏ ହାଇଦ୍ରାବାଦରେ ଓ ଅନ୍ୟଟି ଡେରାଡୁନରେ।

ସୂଚନାଯୋଗ୍ୟ ବରୁଣ ତେଜ ହେଉଛନ୍ତି ଭେଟେରାନ ଅଭିନେତା ଚିରଞ୍ଜୀବୀ ଓ ପୱନ କଲ୍ୟାଣଙ୍କ ପୁତୁରା। ଅଭିନେତା ରାମ ଚରଣ, ଅଲୁ ଅର୍ଜୁନ, ଅଲୁ ସିରିଶ, ସାଇ ତେଜ ଓ ପାଞ୍ଜା ବୈଷ୍ଣବ ତେଜ ତାଙ୍କର ସମ୍ପର୍କୀୟ। ସମସ୍ତେ ବରୁଣ ଓ ଲାବନ୍ୟାଙ୍କ ବିବାହ ଉତ୍ସବରେ ଯୋଗ ଦେଇଥିଲେ। ନବ ବିବାହିତ ଦମ୍ପତ୍ତିଙ୍କୁ ଅଭିନନ୍ଦନ ଜଣାଇ ଚିରଞ୍ଜୀବୀ ବିବାହର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button