Wed. Nov 20th, 2019

ବିବାହ ମଣ୍ଡପ କାନ୍ଥ ଭୁଷୁଡ଼ି ୪ ମୃତ, ୮ ଆହତ

ନୂଆଦିଲ୍ଲୀ : ବିବାହ ମଣ୍ଡପ କାନ୍ଥ ଭୁଷୁଡ଼ି ପଡ଼ିବାରୁ ୪ଜଣଙ୍କର ମୃତ୍ୟୁ ହୋଇଛି। ୮ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ରବିବାର ଅପରାହ୍ନରେ ହାଇଦ୍ରାବାଦର ଗୋଲନାକାରେ ଘଟିଛି। ବିବାହଟି ପର୍ଲ ଗାଡେର୍ନରେ ଚାଲିଥିଲା। ମୃତକଙ୍କ ମଧ୍ୟରେ ରହିଛନ୍ତି ବିଜୟଲକ୍ଷ୍ମୀ, କୃଷ୍ଣୌୟା, ସୁରେଶ ଓ ସୋହେଲ। ବିବାହ ଚାଲିଥିବା ବେଳେ ହଠାତ୍ କାନ୍ଥ ଭୁଷୁଡ଼ି ପଡ଼ିବାରୁ ତଳେ ବସିଥିବା ବିଜୟଲକ୍ଷ୍ମୀ, କୃଷ୍ଣୌୟା, ସୁରେଶ ଓ ସୋହେଲ ଚାପି ହୋଇ ଯାଇଥିଲେ। ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେବାରୁ ମୁଣ୍ଡରେ ଗଭୀର ଆଘାତ ଓ ନିଶ୍ଵାସ ନନେଇ ପାରି ସେମାନଙ୍କର ମୃତ୍ୟୁ ଘଟିଥିଲା।

Leave a Reply

Your email address will not be published. Required fields are marked *