୮ ଆଇଏଏସଙ୍କୁ ମିଳିଲା ଓଡ଼ିଶା କ୍ୟାଡର

ଭୁବନେଶ୍ଵର : ୨୦୨୨ ବ୍ୟାଚର ୮ଜଣ ଆଇଏଏସ ଅଫିସରଙ୍କୁ ଓଡ଼ିଶା କ୍ୟାଡ଼ର ଆବଂଟନ ହୋଇଛି। ଏମାନଙ୍କ ମଧ୍ୟରୁ ୩ଜଣଙ୍କ ଗୃହ ରାଜ୍ୟ ଓଡ଼ିଶା ହୋଇଥିବାବେଳେ ଅନ୍ୟ ୫ଜଣ ରାଜ୍ୟ ବାହାରର ବୋଲି ଜଣାପଡ଼ିଛି।

ଖବର ଅନୁଯାୟୀ ଆଇଏଏସ୍ ଅଫିସରମାନଙ୍କ କ୍ୟାଡ଼ର ଆବଂଟନ ସମ୍ପର୍କରେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଓଡ଼ିଶା ସମେତ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ପତ୍ର ମାଧ୍ୟମରେ ସୂଚନା ଦେଇଛି। ଯେଉଁ ଆଇଏଏସ୍ ଅଫିସରମାନଙ୍କୁ ଓଡ଼ିଶା କ୍ୟାଡ଼ର ମିଳିଛି ସେମାନେ ହେଲେ ଓଡ଼ିଶାର ପ୍ରଣୀତା ଦାଶ, କସ୍ତୁରୀ ପଣ୍ଡା ଓ ତେଜସ୍ୱିନୀ ବେହେରା। ସେହିପରି ଉତ୍ତରପ୍ରଦେଶର ପ୍ରେକ୍ଷା ଅଗ୍ରୱାଲ, ନାଗାଲ୍ୟାଣ୍ଡର ୟିମକୁମ୍ ଆଇ ଓଜୁକାମ, ମହାରାଷ୍ଟ୍ରର ଦୁଧଲ ଅଭିଷେକ ଦିଲ୍ଲୀପ, କେରଳର ଆଶିନ୍ ଏ ଏଲ୍ ଓ ତାମିଲନାଡୁଡ଼ର ସି ଶରଭାନନ୍।

Leave a Reply

Your email address will not be published. Required fields are marked *

Back to top button