ଗୋରୁ ବ୍ୟବସାୟୀଙ୍କୁ ମାରଣାସ୍ତ୍ର ଦେଖାଇ ୨୮ ଲକ୍ଷ ଲୁଟ୍

ନବରଙ୍ଗପୁର : ବ୍ୟବସାୟୀଙ୍କୁ ମାରଣାସ୍ତ୍ର ଦେଖାଇ ୨୮ ଲକ୍ଷ ୬୦ ହଜାର ଟଙ୍କା ଲୁଟ୍। ଏହି ଘଟଣା ଡାବୁଗାଁ ସାପ୍ତାହିକ ହାଟରେ ଘଟିଥିବା ବେଳେ ଗୋରୁ ବ୍ୟବସାୟୀ ରଙ୍ଗଲୀ ନାୟଡୁ ସ୍ଥାନୀୟ ଥାନାରେ ଏତଲା ଦେଇଛନ୍ତି।

ଖବର ଅନୁଯାୟୀ ଆନ୍ଧ୍ର ପ୍ରଦେଶର ୫ ଜଣ ବ୍ୟବସାୟୀ ଏକ ବୋଲେରୋରେ ଡାବୁଗାଁ ସାପ୍ତାହିକ ହାଟକୁ ଗୋରୁ କିଣିବାକୁ ଆସିଥିଲେ। ସେମାନେ ଗାଈଗୋରୁ କିଣିବା ପାଇଁ ମୂଲଚାଲ କରୁଥିବା ବେଳେ ବାଇକ୍‌ ଓ ଏକ ଅଟୋରେ ପ୍ରାୟ ୧୫ ଜଣ ଭୁଜାଲି, ଖଣ୍ଡା ଓ ପିସ୍ତଲ ଧରି ପହଞ୍ଚିଥିଲେ। ମୁହଁରେ କପଡ଼ା ବାନ୍ଧିଥିବା ଏହି ବ୍ୟକ୍ତିମାନେ ବୋଲେରୋର କାଚ ଭାଙ୍ଗି ସେଥିରେ ଥିବା ଟଙ୍କା ଭର୍ତ୍ତି ତିନୋଟି ବ୍ୟାଗ ନେଇ ଯାଇଥିଲେ। ଗୋରୁ ବ୍ୟବସାୟୀମାନଙ୍କ ସ୍ଥାନୀୟ ସହଯୋଗୀ ଶେଖ ସରିଫ ପ୍ରତିବାଦ କରିବାରୁ ଦୁର୍ବୃତ୍ତମାନେ ଖଣ୍ଡାରେ ଆକ୍ରମଣ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button