୩ ଜଣଙ୍କୁ ହତ୍ୟାକରି ଗାଁ ମୁଣ୍ଡରେ ଫିଙ୍ଗିଦେଲେ ନକ୍ସଲ

ନବରଙ୍ଗପୁର : ଛତିଶଗଡ଼ କାଙ୍କେର ଜିଲ୍ଲା ଅନ୍ତର୍ଗତ ଛୋଟେବେଠିଆ ଥାନା ଅଞ୍ଚଳରେ ନକ୍ସଲଙ୍କ ବର୍ବରକାଣ୍ଡ। ୩ ଜଣଙ୍କୁ ହତ୍ୟା କରି ଗାଁମୁଣ୍ଡରେ ଫୋପାଡ଼ି ଦେଇଥିବା ଜଣାପଡିଛି।

ଖବର ଅନୁଯାୟୀ ଗତ ଚାରିଦିନ ପୂର୍ବରୁ ପୋଲିସ ଇନଫର୍ମର୍ ସନ୍ଦେହରେ ନକ୍ସଲମାନେ ମୁର୍ଖେଣ୍ଡି ଗାଁର ୩ ଜଣଙ୍କୁ ଉଠାଇ ନେଇଥିଲେ। ଗତକାଲି ସନ୍ଧ୍ୟାରେ ସେମାନଙ୍କୁ ହତ୍ୟା କରି ଗାଁ ମୁଣ୍ଡରେ ଫୋପାଡ଼ି ପଳାଇଥିଲେ। ଗ୍ରାମବାସୀ ଓ ପରିବାର ଲୋକେ ମୃତଦେହକୁ ଏକ ଟ୍ରାକ୍ଟର ସାହାଯ୍ୟରେ ଛୋଟେବେଠିଆ ଥାନାକୁ ଆଣିଥିଲେ। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *

Back to top button