Thu. May 23rd, 2019
307 views

ଏକ ସେକେଣ୍ଡରେ ମୁଁ ଦିଲ୍ଲୀରେ ବିଜେପି ଦପ୍ତର ଉପରେ କବ୍ଜା କରିପାରିବି : ମମତା ବାନାର୍ଜୀ

ସେୟାର କରନ୍ତୁ:-

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ଉପରେ ହଠାତ ଆକ୍ରମଣ କରିଛନ୍ତି । ମୋଦିଙ୍କ ଲୋକପ୍ରିୟତା ବଢୁଥିବା ଦେଖି ବାରମ୍ୱାର ବିଜେପିକୁ ଟାର୍ଗେଟ୍ କରୁଛନ୍ତି ମମତା । ଏହି କ୍ରମରେ ସେ କହିଥିଲେ ଯେ, ତମମାନଙ୍କର ଭାଗ୍ୟ ଭଲ ଅଛି କି ମୁଁ ଏଠି ଶାନ୍ତ ହୋଇ ବସିଛି । ନଚେତ୍ ମୁଁ ଗୋଟେ ସେକେଣ୍ଡରେ ଦିଲ୍ଲୀରେ ବିଜେପି ଅଫିସ ଆଉ ତୁମର ଘର ଉପରେ କବ୍ଜା କରିପାରିବି ।

ମମତା, ବିଜେପି ଅଫିସ୍ ଉପରେ କବ୍ଜା କରିବା କଥା କହିବା ସହିତ ସେ ଆହୁରି କହିଥିଲେ ଯେ, କଣ ଅମିତ ଶାହା ଭଗବାନ ଯେ ତାଙ୍କ ବିରୁଦ୍ଧରେ କେହି ପ୍ରଦର୍ଶନ କରିପାରିବେ ନାହିଁ ? ସୂଚନାଯୋଗ୍ୟ ଯେ, ମମତା ଏହି ବୟାନ କୋଲକାତାରେ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ରୋଡ୍ ଶୋ’ରେ ହୋଇଥିବା ହିଂସା ପରେ ଦିଆଯାଇଚି । ଶାହାଙ୍କ ରୋଡ୍ ଶୋ’ରେ ହୋଇଥିବା ହିଂସା ପଛରେ ଟିଏମ୍‌ସିର ହାତଥିବା ଅଭିଯୋଗ ଆସିବା ପରେ ମମତା ବାନାର୍ଜୀ ଏହି ବୟାନ ଦେଇଥିଲେ ।

ସେୟାର କରନ୍ତୁ:-

Leave a Reply

Your email address will not be published. Required fields are marked *