ଡକାୟତି ଉଦ୍ୟମ ପଣ୍ଡ : ବାଇକ୍ ଓ ମାରଣାସ୍ତ୍ର ଜବତ

ଭଦ୍ରକ : ରାଣୀତାଲ-ରମ୍ଭିଳା କେନାଲ ରାସ୍ତାରେ ଏଇମସ ପହିଲାରେ ଲୁଟର ଶିକାର ହୋଇଥିଲେ ଜଣେ ବ୍ୟବସାୟୀ। ଦୁର୍ବୃତ୍ତମାନେ ତାଙ୍କଠାରୁ ବାଇକ ମୋବାଇଲ ଓ ଟଙ୍କା ଛଡାଇ ନେଇଥିଲେ। ପୁଣି କାହାକୁ ଲୋଟିବା ଯୋଜନାରେ ଗତକାଲି ରାତିରେ ୯ ଜଣ ଯୁବକ ୩ଟି ମୋଟର ସାଇକେଲରେ ଆସି ରମ୍ଭିଳା କେନାଲ ବନ୍ଧ ଛକରେ ଏକାଠି ହୋଇଥିଲେ।

ଖବର ଅନୁଯାୟୀ ଏହି ଯୁବକ ମାନଙ୍କର ହାବଭାବ ଓ କଥାବାର୍ତ୍ତା ସମ୍ପର୍କରେ କେହି ଜଣେ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଗ୍ରାମର ଲୋକମାନେ ଆସି ଯୁବକମାନଙ୍କୁ ବିରୋଧ କରିବାରୁ ସେମାନେ ଭୁଜାଲି ଓ ଖଣ୍ଡାରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଲୋକସଂଖ୍ୟା ଅଧିକ ହେବାରୁ ଦୁର୍ବୃତ୍ତମାନେ ଫାଙ୍କା ଗୁଳି ଚାଳନା କରି ଦ୍ରୁତ ବେଗରେ ଭଦ୍ରକ ଆଡକୁ ପଳାଇଥିଲେ। କିନ୍ତୁ ଗୋଟିଏ ବାଇକ୍ ଓ ଭୁଜାଲି ଛାଡ଼ି ଯାଇଥିବା ଜଣାପଡିଛି। ଗ୍ରାମାଞ୍ଚଳ ପୋଲିସ ଏସବୁ ଜବତ କରି ତଦନ୍ତ ଚାଲୁ ରଖିଛି।

Leave a Reply

Your email address will not be published. Required fields are marked *

Back to top button