ବେଟିଂ ଆପରୁ ୫୦୮ କୋଟି ନେଇଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଛତିଶଗଡ଼ ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପୂର୍ବରୁ ଅଡୁଆରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ। ୟୁଏଇରେ ରହୁଥିବା ମହାଦେବ ବେଟିଂ ଆପର ପ୍ରମୋଟର୍ସ ଠାରୁ ସେ ୫୦୮ କୋଟି ଟଙ୍କା ପାଇଥିବା ଅଭିଯୋଗ ହୋଇଛି। ଏହି ଆପ ସ୍କାମ ସହ ଜଡ଼ିତ ଗୋଟିଏ କୋରିୟର ଏଜେନ୍ସି ଉପରେ ଇଡି ଗୁରୁବାର ଚଢଉ କରିଥିବା ବେଳେ ତଦନ୍ତ ଆରମ୍ଭ କରିଛି।

ଖବର ଅନୁଯାୟୀ ଇଡି କହିଛି ରେଡ କରାଯାଇଥିବା କୋରିୟର ସଂସ୍ଥା ପାଖରୁ ନଗଦ ୫.୩୯ କୋଟି ଟଙ୍କା ମିଳିଛି। କୋରିୟର ଗ୍ରହଣ କରିବାକୁ ଥିବା ବ୍ୟକ୍ତିଙ୍କୁ ଜେରା କରିବାରୁ ସେ କରିଛନ୍ତି ମହାଦେବ ବେଟିଂ ଆପର ପ୍ରମୋଟର୍ସ ମୁଖ୍ୟମନ୍ତ୍ରୀ ବାଘେଲଙ୍କୁ ୫୦୮ କୋଟି ଟଙ୍କା ଦେଇଛନ୍ତି। ତାଙ୍କ ପାଖରେ ଥିବା ୫ କୋଟିରୁ ଅଧିକ ଟଙ୍କା ସେ ଛତିଶଗଡ଼ ନିର୍ବାଚନୀ ଖର୍ଚ୍ଚ ପାଇଁ ବାଘେଲଙ୍କୁ ଦେବାକୁ ରଖିଥିଲେ।

ଗୁଇନ୍ଦା ସୂଚନା ମିଳିଥିଲା ନିର୍ବାଚନ ପୂର୍ବରୁ ମହାଦେବ ଆପର ପ୍ରମୋଟର୍ସ ଛତିଶଗଡ଼କୁ ବିପୁଳ ପରିମାଣର ଟଙ୍କା ପଠାଇଛନ୍ତି। ସେଥିପାଇଁ ଗୁରୁବାର ଇଡି ହୋଟେଲ ତ୍ରିତୋନ ଓ ଭିଲାଇର ଗୋଟିଏ ଠିକଣାରେ ରେଡ କରିବାରୁ ମିଳିଥିଲା ନଗଦ ୫ କୋଟିରୁ ଅଧିକ ଟଙ୍କା। ଅସୀମ ଦାସ ନାମକ ଜଣେ ବ୍ୟକ୍ତି ଏହି ପାର୍ସଲ ହୋଇଥିବା ଟଙ୍କାକୁ କ୍ଷମତାସୀନ କଂଗ୍ରେସକୁ ଦେବା ପାଇଁ ୟୁଏଇରୁ ଆସିଥିବା ଇଡି କହିଛି।

ମହାଦେବ ବେଟିଂ ଆପ କୋଟି କୋଟି ଟଙ୍କା ଠକେଇ କରିଥିବାରୁ ଏହାର ତଦନ୍ତ ଇଡି କରୁଛି। ଏହି ଘଟଣାରେ ୪ ଜଣ ଗିରଫ ଓ ୪୫୦ କୋଟି ଟଙ୍କା ଜବତ ହୋଇଛି। ସେହିପରି ୧୪ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଛି। ତଦନ୍ତକାରୀ ସଂସ୍ଥା ଆପ୍‌ର ପ୍ରମୋଟର ସୌରଭ ଚନ୍ଦ୍ରକର ଓ ରବି ଉପ୍ପାଲଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଛି। ଛତିଶଗଡ଼ରେ ନଭେମ୍ବର ୭ ଓ ୧୭ ତାରିଖ ଦୁଇଟି ପର୍ଯ୍ୟାୟରେ ଭୋଟ୍‌ ହେବ। ଏହା ପୂର୍ବରୁ ବଘେଲଙ୍କ ବିରୋଧରେ ବଡ଼ ଧରଣର ଦୁର୍ନୀତି ଅଭିଯୋଗ କଂଗ୍ରେସ ପାଇଁ ଚିନ୍ତାର କାରଣ ହୋଇଛି।

Leave a Reply

Your email address will not be published. Required fields are marked *

Back to top button