Thu. May 23rd, 2019
177 views

ଦେଶର ୭ଟି ଷ୍ଟେସନକୁ ବମ ଲଗାଇ ଉଡାଇ ଦେବାକୁ ଧମକ : ସୁରକ୍ଷା ବ୍ୟବସ୍ଥା କଡାକଡି

ସେୟାର କରନ୍ତୁ:-

ନୂଆଦିଲ୍ଲୀ : ମିରଠ, ସାମଲି, ନିଯାମୁଦ୍ଦିନ ଓ ଗାଜିଆବାଦ ସମେତ ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶର ୭ଟି ଷ୍ଟେସନକୁ ବମ ଲଗାଇ ଉଡାଇ ଦେବାକୁ ଧମକ ମିଳିଛି । ବୁଧବାର ଦିନ ଗାଜିଆବାଦ ଷ୍ଟେସନ ରେଳ ଅଧିକାରୀଙ୍କୁ ଏକ ଚିଠି ମିଳିଥିଲା । ଚିଠି ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା । ସେହିପରି ଏସଏସପିଙ୍କୁ ମଧ୍ୟ ଧମକପୂର୍ଣ ଇ-ମେଲ ମିଳିଥିଲା । ସୂଚନା ମିଳିବା ପରେ ସ୍ଥାନୀୟ ଏସଏସପି ଜନଗହଳିପୂର୍ଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ସହିତ ଟ୍ରେନରେ ମଧ୍ୟ ଚେକିଙ୍ଗ ବଢାଇ ଦେଇଛନ୍ତି ।

ସ୍ଥାନୀୟ ଏସପିଙ୍କ କହିବାନୁଯାୟୀ, ଚିଠି ଏବଂ ଇ-ମେଲ କିଏ ପଠାଇଛି ତାର ତଦନ୍ତ ଚାଲିଛି । ଏଟିଏସ, ସାଇବର ସେଲ ଏବଂ ସର୍ଭିଲାନ୍ସ ଟିମ ଯାଞ୍ଚ କରୁଛନ୍ତି । ଇ-ମେଲ କେଉଁଠୁ ଆସିଛି ସେନେଇ ଇ-ମେଲ ସର୍ଭିସ ପ୍ରୋଭାଇଡର କମ୍ପାନିର ସାହାଯ୍ୟ ନିଆଯାଇଛି । ସମସ୍ତ ଥାନା ପୋଲିସକୁ ମଲ, ମଲ୍ଟିପ୍ଲେକ୍ସ, ବଜାର, ଜନଗହଳିପୂର୍ଣ ଅଞ୍ଚଳରେ ସୁରକ୍ଷା ସୁରକ୍ଷା ପାଇଁ ମୁତୟନ କରାଯାଇଛି ।

ସେୟାର କରନ୍ତୁ:-

Leave a Reply

Your email address will not be published. Required fields are marked *