Thu. May 23rd, 2019
63 views

ମେ ୩୦ ପର୍ଯ୍ୟନ୍ତ ଭାରତୀୟ ବିମାନ ପାଇଁ ବନ୍ଦ ରହିବ ପାକ୍‌ ଆକାଶପଥ

ସେୟାର କରନ୍ତୁ:-

ନୂଆଦିଲ୍ଲୀ : ପାକିସ୍ତାନ ଭାରତ ଲୋକସଭା ନିର୍ବାଚନ ଫଳାଫଳ ଉପରେ ନଜର ରଖିଛି । ମେ ୩୦ ଯାଏଁ ଭାରତୀୟ ବିମାନଗୁଡ଼ିକ ପାଇଁ ପାକିସ୍ତାନ ଆକାଶପଥ ବନ୍ଦ ରଖିବାକୁ ପାକ ନିଷ୍ପତ୍ତି ନେଇଛି ।

ସୂଚନାଯୋଗ୍ୟ, ଫେବୃୟାରୀ ୨୬ରେ ଭାରତୀୟ ବାୟୁସେନାର ବାଲାକୋଟ ଏୟାରଷ୍ଟ୍ରାଇକ୍‌ ପରେ ପାକିସ୍ତାନ ନିଜ ଆକାଶପଥକୁ ବନ୍ଦ ରଖିଥିଲା । ଦିଲ୍ଲୀ, ବ୍ୟାଙ୍କକ୍‌ ଓ କୁଆଲାଲମ୍ପୁରକୁ ଛାଡ଼ି ଆଉ ସମସ୍ତ ସ୍ଥାନ ପାଇଁ ପାକିସ୍ତାନ ଆକାଶପଥ ଖୋଲାଥିଲା । ଏ ନେଇ ପାକିସ୍ତାନ ପ୍ରତିରକ୍ଷା ଓ ବେସାମରିକ ମନ୍ତ୍ରାଳୟ ମଧ୍ୟରେ ଏକ ଉଚ୍ଚ ସ୍ତରୀୟ ବୈଠକ ବସିଥିଲା । ମେ ୩୦ ଯାଏଁ ଭାରତୀୟ ବିମାନକୁ ଅନୁମତି ନ ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଥିବା ପାକିସ୍ତାନର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ମେ ୩୦ ପରେ ପାକିସ୍ତାନ ଏ ବିଷୟରେ ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି ।

ସେୟାର କରନ୍ତୁ:-

Leave a Reply

Your email address will not be published. Required fields are marked *