ମହିଳାଙ୍କ ପ୍ରଜନନ ହାର ୨.୩ ପ୍ରତିଶତ କମିଛି

ନୂଆଦିଲ୍ଲୀ : ବିଶ୍ୱର ସମୂଦାୟ ପ୍ରଜନନ ହାର (ଟିଏଫଆର) ୫.୩ ପ୍ରତିଶତରୁ ହ୍ରାସ ହୋଇ ୨.୩ ପ୍ରତିଶତରେ ପହଞ୍ଚିଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ତଥ୍ୟରୁ ଏହି ସୂଚନା ମିଳିଛି।

ଖବର ଅନୁଯାୟୀ ୧୯୬୦ରେ ଜଣେ ମହିଳା ତାଙ୍କ ଜୀବନ କାଳରେ ହାରାହାରି ୫.୩ ପ୍ରତିଶତ ସନ୍ତାନ ଜନ୍ମ ଦେଉଥିଲେ। ଏବେ ମହିଳାଙ୍କ ପ୍ରଜନନ ହାର ୨.୩ ପ୍ରତିଶତକୁ ହ୍ରାସ ପାଇଛି। ୨୦୨୨ ମସିହାରେ ୧୭.୫ ପ୍ରତିଶତ ବୟଷ୍କ ସନ୍ତାନ ଉତ୍ପାଦନ କରିପାରିନଥିଲେ। ଅର୍ଥାତ ପ୍ରତ୍ୟେକ ୬ଟି ପରିବାର ମଧ୍ୟରେ ଗୋଟିଏ ଦମ୍ପତ୍ତିର ନିସନ୍ତାନ ଥିଲେ। ଏହାର କାରଣ ପୁରୁଷଙ୍କ ଠାରେ ପ୍ରଜନନ ଅକ୍ଷମତା ବୃଦ୍ଧି। ପରିବାରରେ ୩୫ ପ୍ରତିଶତ ମହିଳାଙ୍କ ବନ୍ଧ୍ୟା ଦୋଷ ଓ ୩୦ ପ୍ରତିଶତ ପୁଋଷଙ୍କ ଯୌନ ଅକ୍ଷମତା ଯୋଗୁ ହେଉଛି। ଦୀର୍ଘ ସମୟର ବ୍ୟାପକ ଗବେଷଣା ପରେ ମହିଳାଙ୍କ ବନ୍ଧ୍ୟା ଦୋଷର ଏବେ ଉପଚାର ହୋଇପାରୁଛି।

ମେଲବର୍ଣ୍ଣ ବିଶ୍ୱବିଦ୍ୟାଳୟଙ୍କ ଡିନ୍‌ ତଥା ପୁରୁଷ ପ୍ରଜନନ ସ୍ୱାସ୍ଥ୍ୟ ଉପରେ କାମ କରୁଥିବା ପ୍ରଫେସର ମୋୟରା ଓ’ ବ୍ରାୟନଙ୍କ ଅନୁସାରେ ପୁରୁଷଙ୍କ ପ୍ରଜନନ ଅକ୍ଷମତା ଏକ ସାଧାରଣ ସମସ୍ୟା ଓ ଏହା ସାରା ବିଶ୍ୱରେ ବ୍ୟାପ୍ତ। ପୁରୁଷଙ୍କଠାରେ ଏହାକୁ ଅଣଦେଖା କରାଯିବା ସ୍ୱାସ୍ଥ୍ୟ ପ୍ରଣାଳୀର ବିଫଳତା। ଏହି ସମସ୍ୟାର କାରଣ ଅନ୍ୟ କୌଣସି ବେମାରୀ ହୋଇପାରେ। ହଡସନ୍ ଚିକିତ୍ସା ଗବେଷଣା କେନ୍ଦ୍ରରେ ଚିକିତ୍ସକ ପ୍ର.ରବର୍ଟ ମେକ୍ଲାକ୍ଲନଙ୍କ କହିଛନ୍ତି ପୁରୁଷ ପ୍ରଜନନ ଅକ୍ଷମତାର ଅଧିକାଂଶ ମାମଲାରେ ଡାକ୍ତର କାରଣ ଜାଣି ପାରନ୍ତି ନାହିଁ। ଏଥିରେ ଗେମେଟ୍ କୁହାଯାଉଥିବା ପ୍ରଜନନ କୋଶିକାଙ୍କର ନିର୍ମାଣ ସମ୍ପର୍କରେ ବିଜ୍ଞାନର ବୋଧ ମଧ୍ୟ ବହୁତ ସୀମିତ।

ବିଶେଷଜ୍ଞମାନେ କହିଛନ୍ତି ପରିବର୍ତ୍ତିତ ଜୀବନ ଶୈଳୀ ଏହି ସମସ୍ୟାର ମୂଳ କାରଣ ବୋଲି କୁହାଯାଉଛି। କିନ୍ତୁ ଏହାସହିତ ପରିବେଶର ପ୍ରଭାବ ମଧ୍ୟ ରହୁଛି। ତେବେ ମଣିଷଙ୍କଠାରେ ହ୍ରାସ ହେଉଥିବା ପ୍ରଜନନ କ୍ଷମତାର ସଠିକ କାରଣ କ’ଣ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି। ଏଥିପାଇଁ ବିଭିନ୍ନ ପ୍ରକାରର ଅକ୍ଷମତାକୁ ପ୍ରଥମେ ବୁଝିବାକୁ ହେବ ବୋଲି କୁହାଯାଇଛି। ଏସବୁ ଅକ୍ଷମତାର ଅଚୁକ ଯାଞ୍ଚ ପଦ୍ଧତୀ ଆଜିବି ଉପଲବ୍ଧ ନଥିବା ବେଳେ ଲୋକଙ୍କ ମଧ୍ୟରେ ଏହାକୁ ନେଇ ସଚେତନତା ନାହିଁ ବୋଲି ସେମାନେ ମତ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button