ଉରି ସୀମାରେ ମୋବାଇଲ ଓ ଇଣ୍ଟରନେଟ୍‌ ବନ୍ଦ

ନୂଆଦିଲ୍ଲୀ : ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପରେ ଜମ୍ମୁ କାଶ୍ମୀରର ଉରି ସେକ୍ଟରରେ ଇଣ୍ଟରନେଟ୍ ଓ ମୋବାଇଲ୍ ଫୋନ୍ ସେବା ବନ୍ଦ ରଖାଯାଇଛି। ଭାରତୀୟ ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସେନା ପକ୍ଷରୁ କୁହାଯାଇଛି ଗତ ୩୦ ଘଣ୍ଟା ଧରି ଅପରେଶନ କାଉଣ୍ଟର-ଅନୁପ୍ରବେଶ ଜାରି ରହିଛି। ଚଳିତ ବର୍ଷ ଏହା ହେଉଛି ଉରି ସେକ୍ଟରରେ ଦ୍ୱିତୀୟ ଅନୁପ୍ରବେଶ ଉଦ୍ୟମ। ସେହିପରି ଲ୍ୟୁଟ୍‌ନାଣ୍ଟ ଜେନେରାଲ ଡି. ପି ପାଣ୍ଡେ କହିଛନ୍ତି ଏବର୍ଷ ଅସ୍ତ୍ରବିରତି ଉଲ୍ଲଂଘନ କିମ୍ବା କ୍ରସ୍ ବୋର୍ଡ଼ର ଫାୟାର ହୋଇନି। କୌଣସି ଅସ୍ତ୍ରବିରତି ଉଲ୍ଲଂଘନ ପାଇଁ ଆମେ ପ୍ରସ୍ତୁତ ଅଛୁ। କିନ୍ତୁ ପୂର୍ବ ବର୍ଷ ଭଳି ଏଠାରେ ଅନୁପ୍ରବେଶ ଉଦ୍ୟମ ହୋଇଛି। ଆତଙ୍କବାଦୀମାନେ ଦୁଇଥର ସଫଳ ହୋଇଛନ୍ତି। ଅନୁପ୍ରବେଶ ଉଦ୍ୟମ ପରେ ଗତ ୨୪ ଘଣ୍ଟା ଧରି ଉରିରେ ତୀକ୍ଷଣ୍ ନଜର ରଖାଯାଇଛି। ଆମେ ସେମାନଙ୍କୁ ଖୋଜୁଛୁ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button