Thu. May 23rd, 2019
52 views

ଫଣି ପୀଡ଼ିତଙ୍କୁ ବିଭିନ୍ନ ଅନୁଷ୍ଠାନର ସହାୟତା ପ୍ରଦାନ

ସେୟାର କରନ୍ତୁ:-

ରାଉରକେଲା : ଫଣି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ପୀଡ଼ିତ ମାନଙ୍କୁ ସହରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାହାଯ୍ୟ ପ୍ରକୀୟା ଏଯାବତ ଜାରି ରହିଛି । ତଥାପି ସୁଧୁରନି କ୍ଷତିଗ୍ରସ୍ତ ଲୋକଙ୍କ ସୁବିଧା, ଅସୁବିଧା । ସାରନଗରୀ ଏବଂ ଦକ୍ଷିଣ ରାଉରକେଲା ନାଗରିକ କମିଟି ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବାତ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କ ସାହାଯ୍ୟାର୍ଥେ ରାଉରକେଲା ଅତିରିକ୍ତ ଜିଲାପାଳଙ୍କ ଜରିଆରେ ୨୦ ହଜାର ୪୦ ଟଙ୍କାର ଏକ ବ୍ୟାଙ୍କ ଡ୍ରାଫ୍ଟ ପ୍ରଦାନ କରାଯାଇଛି । ଏହି ଅବସରରେ ଡାକ୍ତର ରାହାସ ବିହାରୀ ମହାପାତ୍ର, ଡା. ଅକ୍ଷୟ କୁମାର ସାମଲ, ଦିଲିପ କୁମାର ନାୟକ, ଆଇନଜିବୀ ତ୍ରିନାଥ ଦାସ ମୋହିନୀ, ଚାନ୍ଦମଣି ନାୟକ, ରବିନ୍ଦ୍ର କୁମାର ବେହୁରିଆ, ମୁରଲୀଧର ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ । ରିଲିଫ ରାଶି ସଂଗ୍ରହ କରିବାରେ ଡ. ଫକୀର ଚରଣ ହୋତା, ଡା. ଇନ୍ଦ୍ରାଣୀ ସାହୁ, ବିଚିତ୍ରା ନନ୍ଦ ଦାସ, ସମାଇ ସୋରେନ, ଗୁରୁଗୋବିନ୍ଦ ପଶାୟତ, ସୁବାସ ଚନ୍ଦ୍ର ପାତ୍ର, ଗୌରାଙ୍ଗ ଦାଶ, ହରିହର ମୁଦୁଲି, ପି.ସି ବେହେରା, ଗୋପବନ୍ଧୁ ପ୍ରଗତି ପରିଷଦ, ସେକ୍ଟର-୨୨ କମ୍ରୁନିଟି ସେଂଟରର ସଦସ୍ୟ ମାନେ ପ୍ରମୁଖ ସହଯୋଗ କରିଥିବାରୁ ଦକ୍ଷିଣ ରାଉରକେଲା ନାଗରିକ କମିଟି ପକ୍ଷରୁ ସେମାନଙ୍କୁ ସାଧୁବାଦ ଅର୍ପଣ କରାଯାଇଛି । ବାତ୍ୟାରେ ପ୍ରାଣ ହରାଇଥିବା କ୍ଷତିଗ୍ରସ୍ତ ପରିବାରବର୍ଗଙ୍କୁ କମିଟି ତରଫରୁ ସମବେଦନା ଅର୍ପଣ କରାଯାଇଛି । ସେହିପରି ବାତ୍ୟା ପୀଡ଼ିତଙ୍କୁ ସାହାଯ୍ୟର ହାତ ବଢାଇଛି ଦକ୍ଷିଣ ରାଉରକେଲା ଅନ୍ତର୍ଗତ ଚିନ୍ମୟ ଟେକ୍ନିକାଲ ଏକାଡେମୀ । ଉକ୍ତ ସଂସ୍ଥାର ନିର୍ଦ୍ଦେଶକ ତଥା ମାନସ ମେମୋରିଆଲ ଏଜୁକେସନ ଟ୍ରଷ୍ଟର ଚେୟାରମ୍ୟାନ ତ୍ରିନାଥ ଦାସ ମୋହିନୀ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଡିକୁ ୧୦,୦୦୧ଟଙ୍କାର ଚେକ୍ ଦାନ କିବା ସହ, ବାତ୍ୟାରେ ସର୍ବହରା ପାଲଟି ଯାଇଥିବା ପୀଡ଼ିତଙ୍କ ପାଇଁ ଜଗତରନାଥ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ।

ସେୟାର କରନ୍ତୁ:-

Leave a Reply

Your email address will not be published. Required fields are marked *