ମହଙ୍ଗା ପଡିଲା ନାଟକ : ଉର୍ଫିଙ୍କ ନାଁରେ ରୁଜୁହେଲା ମାମଲା

ମୁମ୍ବାଇ : ବିଗ୍ ବସ୍ ଫେମ୍‌ ଉର୍ଫି ଜାଭେଦ ଗିରଫ ନାଟକ କରି ଫସିଛନ୍ତି। ତାଙ୍କ ନାଁରେ ମୁମ୍ବାଇ ପୋଲିସ ମାମଲା ରୁଜୁ କରିଥିବା ଜଣାପଡିଛି।

ଖବର ଅନୁଯାୟୀ ଗତକାଲି ଅଭିନେତ୍ରୀ ଉର୍ଫିଙ୍କର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହୋଇଥିଲା। ଏହି ଭିଡିଓରେ ଉର୍ଫି ରେଷ୍ଟୁରାଷ୍ଟରେ ଥିବାବେଳେ ମହିଳା ପୋଲିସ୍‌ କର୍ମୀ ଆସି ତାଙ୍କ ହାତ ଧରି ନେଇ ଯାଉଥିବା ଦେଖାଯାଇଥିଲା। ସେହି ସମୟରେ ଦୃଶ୍ୟମାନ ହୋଇଥିଲା।ଉର୍ଫି ଚିଲେଇ ଚିଲେଇ ଥାନାକୁ କାହିଁକି ଯିବି ବୋଲି ପଚାରୁଥିଲେ। ଆଉ ପୋଲିସ କହୁଥିଲା ଥନାକୁ ଗଲେ ସବୁ ଜାଣିପାରି‌ବେ। ହେଲେ ଆଜି ଜଣାପଡିଛି ସେ ସବୁ ଥିଲା ନାଟକ। ଚର୍ଚ୍ଚାରେ ରହିବା ପାଇଁ ଏସବୁ ହୋଇଥିଲା।

ଅନ୍ୟପକ୍ଷରେ ମୁମ୍ବାଇ ପୋଲିସ୍‌ ଏକ ଏକ୍ସ ପୋଷ୍ଟ୍‌ କରି କହିଛି ଜଣେ ଶସ୍ତା ପବ୍ଲିସିଟି ପାଇଁ ନିୟମ ଭାଙ୍ଗିପାରିବ ନାହିଁ। ଏଥିସହ ଅଭିନେତ୍ରୀ ଉର୍ଫିଙ୍କ ନାମରେ ମାମଲା ରୁଜୁ ହୋଇଥିବା ସୂଚନା ଦେଇଛି। ଏହାଛଡ଼ା ନକଲି ଇନ୍‌ସ୍ପେକ୍ଟରଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ଗାଡ଼ିକୁ ଜବତ କରାଯାଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

Back to top button