ଅଭିନେତା ମନୋଜ ମିଶ୍ରଙ୍କ ନାଁରେ ଏତଲା

ଭୁବନେଶ୍ଵର : ଅଡୁଆରେ ଛନ୍ଦି ହେଉଛନ୍ତି ଓଲିଉଡ୍‌ ଅଭିନେତା ମନୋଜ ମିଶ୍ର। ତାଙ୍କ ନାଁରେ ‘ପ୍ରଥା’ ଫିଲ୍ମର ପ୍ରଯୋଜକ ଝାରସୁଗୁଡ଼ା ଥାନାରେ ଅନ୍‌ଲାଇନରେ ଏତଲା ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି ଝାରସୁଗୁଡ଼ାରେ ‘ପ୍ରଥା’ ଚଳଚ୍ଚିତ୍ରକୁ ଚଳାଇ ନଦେବା ଓ ପୋଷ୍ଟର ଚିରା ପଛରେ ମନୋଜ ମିଶ୍ରଙ୍କ ହାତ ରହିଛି।

ଖବର ଅନୁଯାୟୀ ‘ପ୍ରଥା’ ଫିଲ୍ମ ପ୍ରଯୋଜକ କହିଛନ୍ତି ଏହି ସିନେମାରେ ୨ କୋଟି ଟଙ୍କା ବିନିଯୋଗ କରିଥିଲେ। ସେ ଝାରସୁଗୁଡ଼ା ଝିଅ ଓ ସମ୍ୱଲପୁର ବୋହୂ। ଶୁକ୍ରବାର ଫିଲ୍ମ ‘ପ୍ରଥା’ ଅଲ୍‌ ଓଡ଼ିଶା ରିଲିଜ୍‌ ହୋଇଥିଲା। ଦର୍ଶକଙ୍କ ସହିତ ତାଙ୍କ ପରିବାର ଲୋକେ ସେଦିନ ଝାରସୁଗୁଡ଼ାର ଏକ ଫିଲ୍ମ ହଲ୍‌ରେ ଫିଲ୍ମ ଦେଖୁଥିଲେ। ସେହି ସମୟରେ ୪ରୁ ୫ ଜଣ ଲୋକ ଫିଲ୍ମର ପୋଷ୍ଟର ଚିରି ଦେବା ସହିତ ଫିଲ୍ମ ଚଲାଇବାକୁ ଦେଲେ ନାହିଁ। ମୋତେ ଏଭଳି ହଇରାଣ କରାଯାଉଥିବାରୁ ମୁଁ ସଂସ୍କୃତି ମନ୍ତ୍ରୀ ଓ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେବି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button