ପ୍ରେମଜନିତ ହତ୍ୟାକାଣ୍ଡରେ ଓଡ଼ିଶା ସପ୍ତମ

ଭୁବନେଶ୍ୱର : ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋର ସଦ୍ୟତମ ରିପୋର୍ଟ ଅନୁଯାୟୀ ପ୍ରେମଜନିତ ହତ୍ୟାକାଣ୍ଡରେ ଓଡ଼ିଶା ଦେଶରେ ସପ୍ତମ ସ୍ଥାନରେ ରହିଛି। ପ୍ରତି ମାସରେ ପ୍ରେମ ପାଇଁ ଯାଉଛି ୫ଟି ଜୀବନ। ଗତ ୩ ବର୍ଷ ହେଲା ରାଜ୍ୟରେ ଏହି ସଂଖ୍ୟା ବଢ଼ି ଚାଲିଛି।

ରିପୋର୍ଟ ଅନୁସାରେ ୨୦୧୮ରେ ରାଜ୍ୟରେ ୩୮ଟି ପ୍ରେମଜନିତ ହତ୍ୟାକାଣ୍ଡ ଘଟିଥିଲା। ୨୦୧୯ରେ ଏହି ସଂଖ୍ୟା ୫୨ରେ ପହଞ୍ଚିଥିବା ବେଳେ ୨୦୨୦ରେ ୫୯ ଜୀବନ ଯାଇଛି। କେବଳ ପ୍ରେମଜନିତ ହତ୍ୟାକାଣ୍ଡ ନୁହେଁ ମହିଳା ଏସିଡ୍ ଆକ୍ରମଣ ମାମଲାରେ ଓଡିଶା ତୃତୀୟ ସ୍ଥାନରେ ରହିଛି। ଗତବର୍ଷ ରାଜ୍ୟରେ ୬ ଜଣ ମହିଳା ଏସିଡ୍ ଆକ୍ରମଣର ଶିକାର ହୋଇଛନ୍ତି। ୨୦୨୦ରେ ରାଜ୍ୟରେ ୩, ୭୭୫ ଜଣ ମହିଳାଙ୍କୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଥିଲା। ସେଥିମଧ୍ୟରୁ ୧୯୪ ଜଣଙ୍କୁ ଅପହରଣ କରି ବଳପୂର୍ବକ ବିବାହ କରାଯାଇଥିବା ମାମଲା ସାମ୍ନାକୁ ଆସିଛି।

Leave a Reply

Your email address will not be published. Required fields are marked *

Back to top button