ନେପାଳ ଭୂକମ୍ପରେ ୧୫୭ ମୃତ

ନୂଆଦିଲ୍ଲୀ : ଶୁକ୍ରବାର ବିଳମ୍ବିତ ରାତିରେ ନେପାଳରେ ଭୟଙ୍କର ଭୂମିକମ୍ପ ଯୋଗୁ ୧୫୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ଭୂକମ୍ପର କେନ୍ଦ୍ରସ୍ଥଳ ଜାଜରକୋଟର ଲାମିଦଣ୍ଡା। ଏହିଠାରୁ ୫୫୦ କିମି ଦୂର ଦିଲ୍ଲୀ, ଉତ୍ତରପ୍ରଦେଶ ଓ ବିହାର ସମେତ ସମଗ୍ର ଉତ୍ତର ଭାରତରେ ଶକ୍ତ ଝଟ୍‌କା ଅନୁଭୂତ ହୋଇଛି।

ଖବର ଅନୁଯାୟୀ ନେପାଳ ସେନା ଭୂକମ୍ପ ବିଧ୍ଵସ୍ତ ଅଂଚଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ହେଲେ ପାର୍ବତ୍ୟାଞ୍ଚଳ ଜାଜରକୋଟରେ ସମସ୍ୟାର ସାମ୍ନା କରିଛନ୍ତି। ୫ରୁ ଅଧିକ ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଶତାଧିକ ଘର ମାଟିରେ ମିଶିଯାଇଛି। ଏହାଛଡା ଶନିବାର ଅପରାହ୍ନରେ ପୁଣି ୩.୩ ତୀବ୍ରତାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ପ୍ରାୟ ୧୫୯ଟି ପରବର୍ତ୍ତୀ ଝଟ୍‌କା ଅନୁଭୂତ ହୋଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Back to top button