ମହିଳା ଅଧିକାରୀଙ୍କୁ ଛୁରି ଭୁସି ହତ୍ୟା

ବେଙ୍ଗାଲୁରୁ : କର୍ଣ୍ଣାଟକ ସରକାରଙ୍କ ଖଣି ଓ ଭୂତତ୍ତ୍ଵ ବିଭାଗର ଉପନିର୍ଦେଶକା ପ୍ରତିମାଙ୍କୁ ଦୁର୍ବୃତ୍ତମାନେ ଛୁରି ଭୁସି ହତ୍ୟା କରିଛନ୍ତି।

ଖବର ଅନୁଯାୟୀ ପ୍ରତିମାଙ୍କ ସ୍ଵାମୀ ପୈତୃକ ନଗରୀ ତୀର୍ଥହାଲ୍ଲି ଯାଇଥିଲେ। ଶନିବାର ରାତି ପ୍ରାୟ ୮ ବେଳେ ଡ୍ରାଇଭର୍‌ ପ୍ରତିମାଙ୍କୁ ଘରେ ଛାଡ଼ିଥିଲା। ରାତିରେ ତାଙ୍କ ଭାଇ ଫୋନ୍‌ କରିଥିଲେ। ପ୍ରତିମାଙ୍କଠାରୁ କୌଣସି ଉତ୍ତର ମିଳିନଥିଲା। କ’ଣ ପାଇଁ ସେ ଫୋନ ଧରିଲେନି ସେଥିପାଇଁ ଆଜି ସକାଳେ ଭାଇ ଆସି ଦେଖିଲେ ପ୍ରତିମାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ପୋଲିସ ମାମଲା ରୁଜୁ କରିବା ସହିତ ଆକ୍ରମଣକାରୀଙ୍କ ସନ୍ଧାନ ନେବାକୁ ଉଦ୍ୟମ କରୁଛି। ତେବେ ପ୍ରତିମାଙ୍କ ସହ ପରିଚୟ ଥିବା ଲୋକମାନେ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ପୋଲିସ ସନ୍ଦେହ କରୁଛି।

Leave a Reply

Your email address will not be published. Required fields are marked *

Back to top button