ଶିକ୍ଷୟିତ୍ରୀଙ୍କ ଘରୁ ୧୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କର ସୁନାଗହଣା ଲୁଟ

ଘଷିପୁରା : ରାମଚନ୍ଦ୍ରପୁର ଥାନା ସାଇଁକୁଳ ବିଦ୍ୟୁତ ଗ୍ରିଡ୍ ସାମ୍ନାରେ ରହୁଥିବା ଅବସରପ୍ରାପ୍ତ ସୈନିକ ସଞ୍ଜୟ ସିଂ ଓ ଶିକ୍ଷୟିତ୍ରୀ ସୁଜାତା ଚକ୍ରଙ୍କ ଘରୁ ଶନିବାର ଲୁଟ ହୋଇଛି। ଲୁଟେରା ଘରର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ୫୦ ହଜାର ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି।

ଖବର ଅନୁଯାୟୀ ଉଭୟ ପତି-ପତ୍ନୀ ଓ ବୋହୁ ଘରେ ତାଲା ମାରି ବ୍ୟାଙ୍କକୁ ଯାଇଥିଲେ। ଏହି ସମୟରେ ଦୁର୍ବତ୍ତ ଘରର ତାଲା ଭାଙ୍ଗି ଆଲମିରା ଭିତରୁ ସୁନା ଗହଣା ଓ ଟଙ୍କା ଲୁଟିଥିବା ଜଣାପଡିଛି। ସେମାନେ ବ୍ୟାଙ୍କରୁ ଫେରି ଚୋରି ହୋଇଥିବା ଦେଖି ପୋଲିସକୁ ଜଣାଇଥିଲେ। ଖବର ପାଇ ସାଇଁକୁଳ ଫାଣ୍ଡି ଅଧିକାରୀ ସୁରେନ୍ଦ୍ର କୁମାର ମାଝୀ ଓ ଭୋଲେଶ୍ୱର୍ ନାୟକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ଜଣାପଡିଛି। ପୂର୍ବରୁ ଏହି ଅଞ୍ଚଳରେ ଅନ୍ୟ ଦୁଇଜଣ ଘରୁ ଦିନରେ ଚୋରି ହୋଇଥିଲେ ମଧ୍ୟ ପୋଲିସ କହାକୁ ଗିରଫ କରିପାରି ନାହିଁ।

Leave a Reply

Your email address will not be published. Required fields are marked *

Back to top button