Sat. Dec 7th, 2019

ପୂର୍ବ ଶତ୍ରୁତାରୁ ଗଣ୍ଡଗୋଳ, ୫ ଆହତ

ଭୁବନେଶ୍ଵର : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ମହିମୁଣ୍ଡା ଗାଁର ଦୁଇ ପରିବାର ମଧ୍ୟରେ ଗତକାଲି ବିଳମ୍ବିତ ରାତିରେ ସଂଘର୍ଷ ଘଟିଛି। ଏହି ଘଟଣାରେ ଉଭୟ ପକ୍ଷର ୫ ଜଣ ଆହତ ହୋଇଛନ୍ତି। ସାମାନ୍ୟ ବଚସାରୁ ମୁକ୍ତେଶ୍ୱର ଗଡତିଆ ଓ ସମାରୁ ପଧାନଙ୍କ ପରିବାର ଠେଙ୍ଗାରେ ଵାଡ଼ାବାଡ଼ି ହୋଇଥିଲେ। ସେମାନଙ୍କ ଭିତରୁ ମୁକ୍ତେଶ୍ୱର ଗଡତିଆ ଓ ସଦାଶିବ ପଧାନଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *