ମୁଖ୍ୟ ସୂଚନା କମିଶନର ଭାବେ ଶପଥ ନେଲେ ହୀରାଲାଲ ସାମରିଆ

ନୂଆଦିଲ୍ଲୀ : ଦେଶର ମୁଖ୍ୟ ସୂଚନା କମିଶନର ଭାବେ ଆଜି ଶପଥ ନେଲେ ହୀରାଲାଲ ସାମରିଆ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇଛନ୍ତି।

ଖବର ଅନୁଯାୟୀ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ମୁର୍ମୁ ୬୩ ବର୍ଷୀୟ ସମରିଆଙ୍କୁ ଶପଥ ପାଠ କରାଇଥିବା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ଶପଥ ଗ୍ରହଣ ଉତ୍ସବରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର କାର୍ମିକ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ମୁଖ୍ୟ ସୂଚନା କମିଶନର ଭାବେ ସମରିଆଙ୍କ ନିଯୁକ୍ତି ପରେ ଏବେ ୮ ଜଣ ସୂଚନା କମିଶନର ପଦବୀ ଖାଲି ପଡିଛି। ବର୍ତ୍ତମାନ ଆୟୋଗରେ ଦୁଇ ଜଣ ସୂଚନା କମିଶନର ଅଛନ୍ତି।

Leave a Reply

Your email address will not be published. Required fields are marked *

Back to top button