Thu. Jun 27th, 2019
284 views

ଝାଳ ଦୁର୍ଗନ୍ଧ ସମସ୍ୟାରୁ ମୁକ୍ତି ପାଇବାକୁ ଆପଣାନ୍ତୁ ଏହି ଉପାୟ

ସେୟାର କରନ୍ତୁ:-

Drx. Gyana Ranjan swain : ଝାଳ ଏକ ସ୍ବାଭାବିକ ପ୍ରକ୍ରିୟା ଅଟେ । ଶରୀରରୁ ବାହାରୁଥିବା ଝାଳରୁ ଦୁର୍ଗନ୍ଧ ବାହାରେ, ତେବେ ଅନେକ ସମୟରେ ଏଥିପାଇଁ ଲଜ୍ଜିତ ହେବାକୁ ପଡ଼େ । ଝାଳ ଦୁର୍ଗନ୍ଧ ପାଇଁ ଆପଣଙ୍କୁ ଅନେକ ସ୍ଥାନରେ ଅସହଜ ମଧ୍ୟ ଅନୁଭବ ହୋଇଥାଏ । ଏଥିରୁ ମୁକ୍ତି ପାଇବା ପାଇଁ ଆପଣ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାର ବାସ୍ନାଯୁକ୍ତ ଡିଓ, ସେଣ୍ଟର ଆଦି ବ୍ୟବହାର କରିଥାନ୍ତି । ତେବେ ଆପଣଙ୍କ ଝାଳ ଅଧିକ ଦୁର୍ଗନ୍ଧ ହେଉଥିବା ଅନୁଭବ କରୁଥିଲେ, ଏସବୁଠାରୁ ଦୂରେଇ ରହନ୍ତୁ (କୌଣସି ରାସାୟନଯୁକ୍ତ ସାମଗ୍ରୀ ବ୍ୟବହାର କରନ୍ତୁ ନାହିଁ )। ଯେଉଁସବୁ ଖାଦ୍ୟ ଖାଇଲେ ଶରୀରରୁ ଦୁର୍ଗନ୍ଧ ବାହାରେ ତାହାଠାରୁ ଦୂରେଇ ରହନ୍ତୁ । ତେବେ ଆସନ୍ତୁ ଜାଣିବା ସେହି ଖାଦ୍ୟ ସମ୍ବନ୍ଧରେ …

  1. ଅଧିକ ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ଶରୀରରେ ସଲ୍‌ଫର ମାତ୍ରା ବଢ଼ିଯାଏ । ଯେଉଁଥିରୁ ଦୁର୍ଗନ୍ଧ ବାହାରି ଥାଏ । ଯଦି ଆପଣ ଶରୀରରୁ ଦୁର୍ଗନ୍ଧ କମାଇବାକୁ ଚାହୁଁଥାନ୍ତି, ତେବେ ଏସବୁ ଠାରୁ ଦୂରେଇ ରୁହନ୍ତୁ ।
  2. ଅଧିକ ପିଆଜ, ରସୁଣ, ଲଙ୍କା ଖାଆନ୍ତୁ ନାହିଁ । ନଚେତ୍‌ ଝାଳ ଦୁର୍ଗନ୍ଧ ସମସ୍ୟା ବଢ଼ିବାର ସମ୍ଭାବନା ରହିଛି।
  3. ରେଡ୍‌ ମିଟ୍‌ ହଜମ କରିବାକୁ ଶରୀରକୁ ଅଧିକ ପରିଶ୍ରମ କରିବାକୁ ପଡ଼େ । ଯାହାଫଳରେ ଅଧିକ ଝାଳ ବହିବା ସହ ଝାଳ ଦୁର୍ଗନ୍ଧ ହୋଇଥାଏ।
  4. ବ୍ରୋକୋଲି, ଫୁଲକୋବି ଭଳି ପରିବା ଅଧିକ ଖାଇଲେ ମଧ୍ୟ ଶରୀରରୁ ଦୁର୍ଗନ୍ଧ ହେବା ଭଳି ସମସ୍ୟା ହୋଇଥାଏ।
  5. ଅଧିକ ମଦ୍ୟପାନ କରିବା ଦ୍ବାରା ମୁହଁ ସହିତ ଶରୀରରୁ ମଧ୍ୟ ଦୁର୍ଗନ୍ଧ ବାହାରିପାରେ !
  6. ଅଧିକ ଜଙ୍କଫୁଡ୍‌ ଖାଇବା ଦ୍ବାରା ମଧ୍ୟ ଅଧିକ ଝାଳ ବହିଥାଏ। ଯାହାଫଳରେ ଝାଳ ଦୁର୍ଗନ୍ଧ ସମସ୍ୟା ହୋଇପାରେ !
ସେୟାର କରନ୍ତୁ:-

Leave a Reply

Your email address will not be published. Required fields are marked *