ଉପବାଚସ୍ପତି ପଦରୁ ଇସ୍ତଫା ଦେବେ ରଜନୀକାନ୍ତ ସିଂହ

ଭୁବନେଶ୍ଵର : ଓଡ଼ିଶା ବିଧାନସଭାର ଉପବାଚସ୍ପତି ପଦରୁ ଇସ୍ତଫା ଦେବାକୁ ରଜନୀକାନ୍ତ ସିଂହଙ୍କୁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନିଜ ଅଂଚଳରେ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସେ ଆସନ୍ତାକାଲି ବାଚସ୍ପତିଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିବେ ବୋଲି ଜଣାପଡ଼ିଛି।

ଖବର ଅନୁଯାୟୀ ଢେଙ୍କାନାଳ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଅନୁଗୁଳ ଓ ପାଲଲହଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ସଂଗଠନ ଦୁର୍ବଳ ହେଉଛି। ଆଭ୍ୟନ୍ତରୀଣ ସର୍ଭେ ରିପୋର୍ଟ ଆଧାରରେ ଦଳ ତାଙ୍କୁ ଉପବାଚସ୍ପତି ପଦରୁ ପ୍ରତ୍ୟାହାର କରିନେବାକୁ ନିଷ୍ପତ୍ତି ନେଇଥିବା ବେଳେ ତାଙ୍କୁ ଇସ୍ତଫା ଦେବାକୁ କୁଆଯାଇଥିବା ସୂଚନା ରହିଛି। ଆସନ୍ତାକାଲି ସେ ଭୁବନେଶ୍ୱରରେ ପହଞ୍ଚିବା ପରେ ଚିତ୍ର ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *

Back to top button