ଗଞ୍ଜାମ : ହତ୍ୟା ମାମଲାରେ ୮ ଜଣଙ୍କୁ ଆଜୀବନ ଜେଲ୍‌

ବ୍ରହ୍ମପୁର : ଗଞ୍ଜାମ ଅତିରିକ୍ତ ଜିଲ୍ଲା ଦୌରା ଜଜ୍-୧ ଏକ ହତ୍ୟା ମାମଲାର ବିଚାର କରି ୮ଜଣ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍‌ ଦଣ୍ଡରେ ଦଣ୍ଡିତ କରିଛନ୍ତି।

ଖବର ଅନୁଯାୟୀ ୨୦୧୭ ସେପ୍ଟେମ୍ୱର ୧୮ ତାରିଖରେ ସଦର ଥାନା ଆମ୍ବଗଡ ଗାଁର ଏମ୍‌. ବୁଡୁ ପାତ୍ରଙ୍କୁ ଖଣ୍ଡା, କାତି ଓ ଠେଙ୍ଗାରେ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା। ଗୁରୁତର ଅବସ୍ଥାରେ ଏମ୍‌. ବୁଡୁଙ୍କୁ ତାଙ୍କ ଭାଇ ଉଦ୍ଧାର କରି ଏମ୍‌କେସିଜି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ଥାନାରେ ଅଭିଯୋଗ ହେବାରୁ ପୋଲିସ ମାମଲା ରୁଜୁ କରି ଆର୍. ହରି ପାତ୍ର, ଆର. ଲୋକନାଥ ପାତ୍ର, ଏମ.ଦଣ୍ଡ ପାତ୍ର, କେ.ଭୀମ ପାତ୍ର, କେ. ବଇରୀ ପାତ୍ର, ଏନ. ସୋମେଶ ପାତ୍ର, ବି. ନଇ ପାତ୍ର ଓ ଆର୍ ଭାସ୍କର ପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଏହି ମାମଲାରେ ରାୟ ଆଜି ପ୍ରକାଶ ପାଇଛି। ଗଞ୍ଜାମ ଅତିରିକ୍ତ ଜିଲ୍ଲା ଦୌରା ଜଜ୍-୧ ମାମଲାକୁ ବିଚାର କରି ୧୯ ଜଣ ସାକ୍ଷୀଙ୍କ ବୟାନ୍‌ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ଅଭିଯୁକ୍ତମାନଙ୍କୁ ଆଜୀବନ ଜେଲ୍‌ ଓ ଜରିମାନା କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button