Mon. Dec 9th, 2019

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଚାନକ ପି.ଏନ୍‌. କଲେଜ ପରିଦର୍ଶନ

ଭୁବନେଶ୍ୱର : କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଆଜି ଅଚାନକ ଖୋର୍ଦ୍ଧା ପ୍ରାଣନାଥ ମହାବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ପରିଦର୍ଶନ ସମୟରେ ମନ୍ତ୍ରୀ ଡ. ସାହୁ ବିଭିନ୍ନ ଶ୍ରେଣୀଗୃହ ବୁଲି ଦେଖିବା ସହ ଅଧ୍ୟା ପକମାନଙ୍କ ଉପସ୍ଥାନ ଯାଞ୍ଚ କରିଥିଲେ। ଏହାପରେ ଅଧ୍ୟାପକମାନଙ୍କ ସହ ବୈଠକ କରି ମନ୍ତ୍ରୀ ଡ. ସାହୁ ମହାବିଦ୍ୟାଳୟର ଶିକ୍ଷାଦାନ, ଛାତ୍ରଛାତ୍ରୀଙ୍କ ଉପସ୍ଥାନ, ପ୍ରୋକ୍ଟୋରିଆଲ କ୍ଲାସ୍‌ ପ୍ରଚଳନ ଆଦି ବିଷୟରେ ଆଲୋଚନା କରିଥିଲେ। ମନ୍ତ୍ରୀ ବିଦ୍ୟାର୍ଥୀମାନଙ୍କ ସହ ସେମାନଙ୍କର ପାଠ ପଢ଼ାର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ।
ଏହି ଅବସରରେ ମନ୍ତ୍ରୀ ଡ. ସାହୁ କଲେଜ ପରିସରରେ ସ୍ୱଚ୍ଛତା ବଜାୟ ରଖିବା ସହ ଛାତ୍ରଛାତ୍ରୀମାନଙ୍କୁ କ୍ଲାସ୍‌ରୁମ୍‌ ପ୍ରତି ଆକୃଷ୍ଟ କରିବା ପାଇଁ ଅଧ୍ୟା ପକମାନଙ୍କୁ ପରାମର୍ଶ ଦେଇଥିଲେ। ଏଥିନିମନ୍ତେ ନିୟମିତ ଅଭିଭାବକମାନଙ୍କ ସହିତ ଯୋଗାଯୋଗ କରିବା ପାଇଁ ସେ କହିଥିଲେ।

Leave a Reply

Your email address will not be published. Required fields are marked *