୮୦ ଡଲାର ତଳକୁ ଖସିଲା ଅଶୋଧିତ ତୈଳ ଦର

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ତଳକୁ ଖସିଛି। ଏବେ ବ୍ୟାରେଲ ପିଛା ୮୦ ଡଲାରତଳକୁ ଖସିଥିବା ବେଳେ ଭାରତ ପାଇଁ ମିଳିଛି ଆଶ୍ୱସ୍ତି। ହେଲେ ପେଟ୍ରୋଲ ଓ ଡିଜେଲ ଦାମ କାମୁନି। ଗତବର୍ଷ ଦୀପାବ​ଳିରେ କେନ୍ଦ୍ର ସରକାର ତୈଳ ଦର ହ୍ରାସ କରିଥିଲେ। ଚଳିତବର୍ଷ ସେପରି କିଛି ନିଷ୍ପତ୍ତି ହେବ ବୋଲି ଲୋକେ ଆଶା ରଖିଛନ୍ତି।

ଖବର ଅନୁଯାୟୀ ୱେଷ୍ଟ ଟେକ୍ସାସ୍ ଇଣ୍ଟରମିଡିଏଟ୍ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୨ ପ୍ରତିଶତ ହ୍ରାସ ପାଇଛି। ଏବେ ମୂଲ୍ୟ ରହିଛି ୭୯.୨୦ ଡଲାର। ବ୍ରେଣ୍ଟ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୨.୦୪ ପ୍ରତିଶତ କମିଥିବା ବେଳେ ବ୍ୟାରେଲ ୮୩.୪୪ ଡଲାରରେ କାରବାର ହେଉଛି।

Leave a Reply

Your email address will not be published. Required fields are marked *

Back to top button