କେଦାରନାଥରେ ବରୁଣ-ରାହୁଲ୍‌ ଭେଟଘାଟ

ନୂଆଦିଲ୍ଲୀ : କେଦାରନାଥ ମନ୍ଦିରରେ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ଓ ବିଜେପି ସାଂସଦ ବରୁଣ ଗାନ୍ଧୀ। ଦୁହିଁଙ୍କ ମଧ୍ୟରେ ଅଳ୍ପ ସମୟ କଥାବାର୍ତ୍ତା ହୋଇଥିବା ଜଣାପଡ଼ିଛି।

ଖବର ଅନୁଯାୟୀ ଗତ ମଙ୍ଗଳବାର ରାହୁଲ୍‌ ଗାନ୍ଧୀ ଓ ବରୁଣ ଗାନ୍ଧୀ କେଦାରନାଥ ମନ୍ଦିରକୁ ଦର୍ଶନ କରିବାକୁ ଯାଇଥିଲେ। ମନ୍ଦିର ବାହାରେ ସ୍ଵଳ୍ପ ସମୟ ପାଇଁ ଦୁହିଁଙ୍କର ଭେଟ ଖୁବ୍‌ ‌ନିବିଡ଼ ଥିଲା। ସେମାନେ ପରସ୍ପରର ଭଲମନ୍ଦ ପଚାରି ବୁଝିଥିଲେ। ବରୁଣଙ୍କ ଝିଅ ଅନୁସୂୟାକୁ ଦେଖି ରାହୁଲ୍‌ ଖୁବ୍‌ ଖୁସି ହୋଇଥିଲେ। ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି। କାରଣ ଏ ଦୁଇ ଭ୍ରାତା (ଦାଦାପୁଅ ବଡ଼ ବାପାପୁଅ)ଙ୍କୁ ସର୍ବସାଧାରଣରେ ଏକାଠି ଦେଖିବାକୁ ମିଳେନାହିଁ। କେଦାରନାଥରେ ଉଭୟଙ୍କ ସାକ୍ଷାତକୁ ନେଇ ବରୁଣଙ୍କ ରାଜନୈତିକ ଭବିଷ୍ୟତ ଉପରେ ରାଜନୈତିକ ବିଷାରଦମାନେ କଳ୍ପନାଜଳ୍ପନା ଆରମ୍ଭ କରିଛନ୍ତି।

ସୂଚନାଯୋଗ୍ୟ ଗତବର୍ଷ ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ୍‌ ଗାନ୍ଧୀଙ୍କୁ ପଚରାଯାଇଥିଲା ବରୁଣ ଗାନ୍ଧୀଙ୍କୁ କଣ କଂଗ୍ରେସରେ ସାମିଲ କରାଯିବ। ଏହାର ଉତ୍ତରରେ ସେ କହିଥିଲେ କଂଗ୍ରେସକୁ ସମସ୍ତଙ୍କୁ ସ୍ଵାଗତ କରାଯାଏ। କିନ୍ତୁ ବରୁଣ କଂଗ୍ରେସ ସହିତ ଲଢ଼େଇ କରୁଥିବା ‘ବିଜେପି/ଆର୍‌ଏସ୍‌ଏସ୍‌’ର ଆଦର୍ଶବାଦକୁ ଗ୍ରହଣ କରିଛନ୍ତି। ଅନ୍ୟପକ୍ଷରେ ବିଜେପିର ଗୁରୁତ୍ଵପୂର୍ଣ୍ଣ ବୈଠକଗୁଡ଼ିକରେ ବରୁଣ ଅନୁଉପସ୍ଥିତ ରହୁଥିବା ବେଳେ କୃଷି ଆଇନ ଓ ଅନ୍ୟ କେତେକ ପ୍ରସଙ୍ଗରେ ତାଙ୍କ ବିବୃତି ଦଳର ଆଦର୍ଶକୁ ବିରୋଧ କରୁଛି।

Leave a Reply

Your email address will not be published. Required fields are marked *

Back to top button